Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶାରଳା ବିଜ୍ଞାନ ଆବାସିକ କଲେଜ ର ସଫଳତା

କାକଟପୁର 22/5 ( ତୁଷାର ଦୀକ୍ଷିତ ) ପ୍ରତିବର୍ଷ ପରି ଚଳିତ ବର୍ଷ +2 ବାର୍ଷିକ ପରୀକ୍ଷାରେ ଶାରଳା ବିଜ୍ଞାନ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଦଭୂତ ପୂର୍ବ ସଫଳତା ହାସଲ କରିଛି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ +2 ବାର୍ଷିକ ପରୀକ୍ଷାରେ ମୋଟ 102 ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ 90 ଜଣ ପ୍ରଥମ ସ୍ଥାନ ପାଇବା ପରେ ସାରା କାକଟପୁର, ଅସ୍ତରଙ୍ଗ, ନୂଆହାଟ, କୋଣାର୍କ, ଚାରିଛକ, ଗୋପ ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ଯାହାକି ଅଭିଵାବକ ମଧ୍ୟରେ ଏକ ପ୍ରକାର ଖୁସିର ବାତାବରଣ ସୃଷ୍ଟି ହୋଇଛି, ଅନୁଷ୍ଠାନ ର ଛାତ୍ରୀ ସପ୍ନାଶ୍ରୀ କଅଁର ସର୍ବାଧିକ 517 ନମ୍ବର ରଖି କଲେଜ ପାଇଁ ଗର୍ବ ଆଣିଥିବା ବେଳେ ସେହିପରି ସାଇଲକ୍ଷ୍ମୀ ସାହୂ 514 ଦ୍ୱିତୀୟ ସ୍ଥାନ,ସ୍ମୁତି କ୍ରୀଷ୍ଣା ମହାରଣା 508 ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି, ଏଠାରେ ସୂଚନା ଯୋଗ୍ୟ କି ଦୀର୍ଘ 14 ବର୍ଷ ହେବ ଲଗାତାର ଶାରଳା ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷା ଓ ଶୈକ୍ଷିକ ପଦ୍ଧତି କୁ ପାଥେୟ କରି ଆଜି ଏହି ବିଜୟ କୁ ଲଗାତାର ଭାବେ ବଜାୟ ରଖି ପୁରୀ ଜିଲ୍ଲାରେ ନିଜର ସୋତନ୍ତ୍ର ପରିଚୟ ସୃଷ୍ଟି କରିଛି, ଏହି ଖୁସିର ବାର୍ତା ଶାରଳା କଲେଜ ର ପ୍ରତିଷ୍ଠାତା ଚିତ୍ତରଞ୍ଜନ ପରିଡା ଙ୍କ ପାଖକୁ ସୁଅ ଛୁଟିଥିବା ବେଳେ ଶ୍ରୀ ପରିଡା ଏହାକୁ ସର୍ବ ପ୍ରଥମେ ମା ମଙ୍ଗଳା ଙ୍କ ଆଶୀର୍ବାଦ ସହିତ କଲେଜ ର ସମସ୍ତ ଛାତ୍ରୀ, ଛାତ୍ର, ଅଭିଵାବକ ଙ୍କ ସମେତ ସମସ୍ତ ବୁଦ୍ଧିଜୀବୀ ଓ କଲେଜ କୁ ନିଜର ଭାବୁଥିବା ବ୍ୟକ୍ତି ବିଶେଷ ଙ୍କ ସକାଶେ ଆଜି କଲେଜ ର ନାଁ ସାରା ରାଜ୍ୟରେ ପରିଗଣିତ ହୋଇଛି ବୋଲି ସେ କହିଛନ୍ତି,

