Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଖଇରା, 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ଖଇରା ଥାନାରେ ନୂତନ ଭାବେ ସବ୍ ଇନ୍ସପେକ୍ଟର ଓ ସହକାରୀ ସବ୍ ଇନ୍ସପେକ୍ଟରଙ୍କ ଯୋଗଦାନ,
ବାଲେଶ୍ଵର ଜିଲ୍ଲା ଖଇରା ଥାନାରେ ଗତକାଲି ସବ୍ ଇନ୍ସପେକ୍ଟର ବିକ୍ରମ ମହାପାତ୍ରଙ୍କ ବଦଳି ପରେ ତାଙ୍କ ସ୍ଥାନରେ ବଦଳି ହୋଇ ଆସିଥିବା କେନ୍ଦୁଝର ଜିଲ୍ଲା ଟାଉନ ଥାନାରୁ ଶ୍ରୀ ଯୁକ୍ତ ତପନ କୁମାର ଜେନା ଆଜି ଖଇରା ଥାନାରେ ନିଜ କାର୍ଯ୍ୟରେ ଦ୍ବାୟୀତ୍ବ ଗ୍ରହଣ କରିଛନ୍ତି, ସେହିପରି ଭୁବନେଶ୍ବର ରାଜଧାନୀ ଥାନାରୁ ବଦଳି ହୋଇ ଆସିଥିବା ସହକାରୀ ସବ୍ ଇନ୍ସପେକ୍ଟର ଶ୍ରୀ ସଞ୍ଜୀବ କୁମାର ଖୁଣ୍ଟିଆ ଆଜି ମଧ୍ୟ ଖଇରା ଥାନାରେ ଯୋଗଦାନ କରିଛନ୍ତି, ପୂର୍ବରୁ ଖଇରା ଥାନାରେ ଦୁଇଜଣ ସବ୍ ଇନ୍ସପେକ୍ଟର ଓ ଜଣେ ସହକାରୀ ସବ୍ ଇନ୍ସପେକ୍ଟର ବଦଳି ହେବା ପରେ ପଦବୀ ଗୁଡିକ ଖାଲି ପଡିଥିଲା, ବର୍ତ୍ତମାନ ସୁଦ୍ଧା ଖଇରା ଥାନାରେ ସବ୍ ଇନ୍ସପେକ୍ଟର ଓ ସହକାରୀ ସବ୍ ଇନ୍ସପେକ୍ଟର ହାବିଲଦାର , କନେଷ୍ଟବଳ ପଦବୀ ଖାଲିପଡ଼ିଛି, ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣ ମାନଙ୍କ ତରଫରୁ ନିବେଦନ କରାଯାଇଛି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ