Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 28/04/2025, ବିକ୍ରମ ଓଡ଼ିଶା ନିୟୁଜ: : ରାଇରଙ୍ଗପୁର ଓକିଲ ସଂଘ ଦ୍ବାରା ପାଳିତ ହେଲା ଓକିଲ ଦିବସ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମ ଜୟନ୍ତୀ ଅବା ଓକିଲ ଦିବସ l ତାଙ୍କର ପୁଣ୍ଯତିଥିକୁ ଓଡିଶାର ପୁରପଲ୍ଲୀରେ ମହାଯାକଜମକରେ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ଓକିଲ ସଂଘ ଦ୍ବାରା ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବା ଓକିଲ ଦିବସ ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ମହାଆଡମ୍ବରରେ ପାଳିତ ହୋଇଯାଇଛି l ସଭାପ୍ରାରମ୍ଭରେ ଅତିଥିଗଣ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପଟ୍ଟଚିତ୍ରରେ ଧୂପ ଓ ଦୀପ ଦେଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l ଏଥିରେ ମୁଖ୍ଯ ଅତିଥି ଭାବେ ଓଡିଶା ହାଇକୋର୍ଟ ନ୍ଯାୟଧୀଷ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ମୁଖ୍ଯବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ଯ ଦେବା ପରେ ବରିଷ୍ଠ ଓକିଲ ରସାନନ୍ଦ ଲେଙ୍କା ଓ ଗୋପିନାଥ ମାର୍ଣ୍ଡି ଅତୀତର ସ୍ମୁତି ରୋମାନ୍ଥନ କରିଥିଲେ l ଏହାପରେ ମୁଖ୍ଯ ବକ୍ତା ଅରବିନ୍ଦ ପଟ୍ଟନାୟକ ଓକିଲ ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ନୀତି ଆଦର୍ଶ ସଂପର୍କରେ ବକ୍ତବ୍ଯ ଦେବା ପରେ ମୁଖ୍ଯଅତିଥି ରାଧାକ୍ରିଷ୍ଣ ପଟ୍ଟନାୟକ ଓକିଲ ମାନଙ୍କର ନ୍ଯାୟ ଓ ବିଚାର ସମ୍ପର୍କରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ l ପରେ ସଭାପତି ଅକ୍ଷୟ ମହାନ୍ତି ବାମନଘାଟୀ ଉପଖଣ୍ଡରେ ନ୍ଯାୟ ପାଇବାକୁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ସମସ୍ଯା ସଂପର୍କରେ ସାରଗର୍ଭକ ସୂଚନା ଦେଇଥିଲେ l ତଦପରେ ବରିଷ୍ଠ ଓକିଲ ଭାବେ ରାମଚନ୍ଦ୍ର ସାହୁ, ପ୍ରଦୀପ ନନ୍ଦ, ଜହରଲାଲ ମଣ୍ଡଳ, ପଙ୍କଜ କୁମାର ଦାସ, ସ୍ବରୂପ କୁମାର ଗିରି, ଅଶ୍ବିନୀ କୁମାର ପାଣିଗ୍ରାହୀ, ଜୟନ୍ତ କୁମାର ଗିରି, ବିଶ୍ବନାଥ ପରିଡା, ଅକ୍ଷୟ କୁମାର ମହାନ୍ତି, ବରୁଣ କୁମାର ଦେ, ରସାନନ୍ଦ ଲେଙ୍କା ଓ ମନୋରଞ୍ଜନ ନାଥ ପ୍ରମୁଖ ସମୁଦାୟ ୧୨ ଜଣଙ୍କୁ ଉପଢୋକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଓକିଲ ଦୁଷ୍ମନ୍ତ ବସା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକ ମନୋଜ ଦାସ ଧନ୍ଯବାଦ ଅର୍ପଣ କରିଥିଲେ l ଏହି ଭବ୍ଯ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ଓକିଲ ସଂଘର ସମସ୍ତ ସଦସ୍ଯଗଣ ସାହାଯ୍ଯ ଓ ସହଯୋଗ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

