Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ସମାଜ ସେବୀ ଭାଗିରଥି ସାହୁ ଙ୍କୁ ଆମ ପରିଚୟ ସାମ୍ମାନ।
ନାଉଗାଁ/୨୩/୦୫/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବିଶିଷ୍ଟ ସମାଜସେବୀ, ଆଧ୍ୟାତ୍ମିକବାଦୀ ତଥା ଯୁବନେତା ଭାଗିରଥି ସାହୁ ଙ୍କୁ ଆମ ପରିଚୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶ୍ରୀ ସାହୁ ଜଗତସିଂହପୁର ଜିଲ୍ଲାର ଜଣେ ସୁସଂଗଠକ ଅଟନ୍ତି। ତାଙ୍କର ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପାକ୍ଷିକ ଖବର କାଗଜ ଆମ ପରିଚୟର ୨୦ବର୍ଷ ପୂର୍ତ୍ତି ଅବସରରେ ତଥା ଆମ ପରିଚୟର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ଜଗନ୍ନାଥ ଧର୍ମ ସଂସ୍କୃତି ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ଙ୍କ କରକମଳରେ ଶ୍ରୀ ସାହୁ ଙ୍କ ସମ୍ବର୍ଦ୍ଧନା ଦିଆଯାଇଥିଲା ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବେ ଇଞ୍ଜିନିଅର ବିଷ୍ଣୁ ଚରଣ ସ୍ୱାଇଁ, ନାଉଗାଁ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ।