Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଦିର୍ଘବର୍ଷ ଧରି ତପସ୍ୟା ପରିଶ୍ରମ ଓ କାର୍ଯ୍ୟ କୁ ନେଇ ଡକ୍ଟରେଟ ଲାଭ କଲେ ସସ୍ମିତା ସାହୁ 2

ଜଗତସିଂହପୁର , 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦିର୍ଘବର୍ଷ ଧରି ତପସ୍ୟା ପରିଶ୍ରମ ଓ କାର୍ଯ୍ୟ କୁ ନେଇ ଡକ୍ଟରେଟ ଲାଭ କଲେ ସସ୍ମିତା ସାହୁ
Article Image
ସସ୍ମିତା ସାହୁ, ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜଗତସିଂହପୁରରେ ହସ୍ପିଟାଲ ମ୍ୟାନେଜର ଭାବେ ତିନି ବର୍ଷ ରୁ ଉର୍ଦ୍ଧ କାମ କରି ଆସୁଛନ୍ତି l ଏହା ପୂର୍ବରୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲ ରେ କ୍ୱାଲିଟି ପରିଚାଳନା ଦୀର୍ଘ ତିନି ବର୍ଷରୁ ଅଧିକା କାମ କରିବା ସହ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ଷ୍ଟାଫ ନର୍ସ ଭାବେ ଦୀର୍ଘ ପାଞ୍ଚ ବର୍ଷ କାମ କରିଛନ୍ତି l କଟକ ଗୁଡ୍ ଲକ୍ ହସ୍ପିଟାଲ୍ ଆଇସିୟୁ ରେ ମଧ୍ୟ ଗୋଟେ ଷ୍ଟାଫ୍ ନର୍ସ ଭାବେ ଗୋଟିଏ ବର୍ଷ କାମ କରିଛନ୍ତି. ଏହି ଅବସରସରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆମେରିକାନ ମେରିଟ କାଉନସିଲ ତରଫରୁ ସସ୍ମିତା ସାହୁଙ୍କୁ ସମ୍ମାନ ଜନକ ଡ଼କ୍ଟରେଟ ପ୍ରଦାନ କରାଯାଇଛି l ସସ୍ମିତା ସାହୁ ତାଙ୍କ ବୃତ୍ତିଗତ ଜୀବନରେ ସଦାସର୍ବଦା ଗୁଣାତ୍ମକ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତି ଠିକ ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ସଠିକ ଭାବେ କାର୍ଯ୍ୟ ଓ ସେବା କରି ଆସୁଛନ୍ତି lଏଥିପାଇଁ ସସ୍ମିତା ସାହୁ ତାଙ୍କର ବହୁ ଶୁଭେଛୁ ମାନେ ଶୁଭେଚ୍ଛା ଜଣାଇଛନ୍ତି l ଯାହା ତାଙ୍କ ପାଇଁ ଏକ ପ୍ରେରଣା ଏବଂ ଏହା ଭବିଷ୍ୟତରେ ତାଙ୍କ କାର୍ଯ୍ୟ ଦକ୍ଷତା କୁ ଆହୁରି ଅଧିକ ତ୍ୱରାନ୍ୱିତ କରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛିଜଗତସିଂହପୁର ଜିଲ୍ଲା ରୁ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ରିପୋର୍ଟ
Article Image