Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଣେ ଅସହାୟ ଓ ଜଣେ ମାନସିକ ଭିନ୍ନକ୍ଷମ ଉଦ୍ଧାର ଓ ଥଇଥାନ, ବ୍ୟାସ ଫାଉଣ୍ଡେସନ,ତିର୍ତ୍ତୋଲ-୨୩/୫-(ରିପୋର୍ଟ-ଟୁକନ ସେଠୀ)-ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମି ସଂଗଠନ ବ୍ୟାସ ଫାଉଣ୍ଡେସନ ସମାଜ କଲ୍ୟାଣକାରୀ କାର୍ଯକ୍ରମ ମାଧ୍ୟମରେ ଜିଲ୍ଲା ପ୍ରଶାସ ନ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ନିକଟରେ ନିଜର ପରିଚୟ ସୃଷ୍ଟି କରି ପାରିଛି। ବାଲିକୁଦା ଅରିଲୋ ଗ୍ରାମର ଜନୈକା ମହିଳା ମାନସିକ ସନ୍ତୁଳନ ହରାଇବା ଦ୍ଵାରା ଭାଙ୍ଗିଗଲା ତାର ସୁଖର ସଂସାର। ଅନେକ ଚିକିତ୍ସା ପରେ ତାର ମାନସିକ ଉନ୍ନତି ନ ହେବା ଦ୍ବାରା ଶେଷରେ ଶାଶୁ ଘରୁ ତଡା ଖାଇଲା। ପରେ ପରେ ତାର ବାପା, ମାଆ ଆର ପାରିକୁ ଚାଲିଗଲେ। ମହିଳାଙ୍କ ମାନସିକ ସନ୍ତୁଳନ ଅଧିକରୁ ଅଧିକ ଖରାପ ହେବାରୁ ଗ୍ରାମର ମୁରବି ସ୍ଥାନୀୟ ବ୍ୟକ୍ତି ଧର୍ମାନନ୍ଦ ଦାସ, ପ୍ରଶାନ୍ତ କୁମାର ଶତପଥୀ,ବିର ନାରାୟଣ ପାତ୍ର ଓ ଅନ୍ୟ ମାନେ ଜିଲ୍ଲା ସାମାଜିକ ଅଧିକାରିଣୀ ମମତା ନାୟକ ଙ୍କୁ ମହିଳାଙ୍କ ଅବଶିଷ୍ଟ ଜୀବନ, ତଥା ସୁରକ୍ଷା ପାଇଁ ଗୁହାରୀ କରିବା ପରେ, ଶ୍ରୀମତୀ ନାୟକଙ୍କ ପତ୍ରାଙ୍କ ୬୯୬,୧୯/୫/୨୦୨୫ ଆଧା ରରେ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଉକ୍ତ ମହିଳାଙ୍କୁ ନୀଳାଚଳ ସେବା ପ୍ରତିଷ୍ଠାନ କଣାସ ଠାରେ ଅବସ୍ଥାପିତ କରାଇଲେ।୨୧/୫/୨୦୨୫ ରିଖରେ ଶ୍ରୀମତୀ ଆଚାର୍ଯ୍ୟ ନିଜ ପୁଅ ଝିଅଙ୍କ ଜନ୍ମ ଦିନ ପାଳନପାଇଁ ପୁରୀ ଯାଉଥିବା ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସ୍ବାଗତ ଦାସ, ସାଗର କୁମାର ବେହେରା , ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମମତା ନାୟକଙ୍କ ଫୋନ କଲ୍ ପାଇଁ ଜନ୍ମ ଦିନ, ପୁରୀ ଯିବା କଥା ଭୁଲି ତୁରନ୍ତ ଜଣେ ଅସହାୟ ଲୋକ କୁ ଉଦ୍ଧାର କରି କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକାଶ ଥାଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରତୀକ୍ଷାଲୟରେ ଆଜକୁ ୬/୭ ଦିନ ହେବ ଜଣେ ଅସହାୟ ବ୍ୟକ୍ତି ଯନ୍ତ୍ରଣାରେ ଛଟପଟ ହୋଇ ପଡି ରହିଥିଲେ।ପିନ୍ଧି ଥିବା ପୋଷାକ ରେ ଅତ୍ୟନ୍ତ ଅପରିଷ୍କାର ହୋଇଥିବା ଦ୍ୱାରା ତାଙ୍କ ଠାରୁ ଅସହ୍ୟ ଦୁର୍ଗନ୍ଧ ବାହାରୁ ଥିଲା। ବ୍ୟକ୍ତି ଜଣକ ଚଳନକ୍ଷମ ନ ଥିଲେ। ମେଡିକାଲ୍ କର୍ମଚାରୀ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବ୍ୟକ୍ତି ଙ୍କୁ କିପରି କେଉଁଠି ଅବସ୍ଥାପିତ କରାଯିବ,ସେ ସମ୍ପର୍କରେ କୌଣସି ନିଷ୍କର୍ଷ ହୋଇ ପାରି ନ ଥିଲା, କାରଣ ଆମ ଜିଲ୍ଲାରେ କୌଣସି ଅସହାୟ କେନ୍ଦ୍ର ନାହିଁ। ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମମତା ନାୟକ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଉପରେ ଆସ୍ଥା ପ୍ରକଟ କରି ଲୋକ ଟିର ଥଇଥାନ ନିମନ୍ତେ ଅନୁରୋଧ କରିଥିଲେ। ଶ୍ରୀମତୀ ଆଚାର୍ଯ୍ୟ ପୁଅ ଝିଅର ଜନ୍ମ ଦିନ ଖୁସିକୁ ପଛରେ ପକାଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଲୋକ ଟିକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବଡ଼ ଡ଼ାକ୍ତରଖାନା କଟକକୁ ସ୍ଥାନାନ୍ତରିତ କରାଇ ଚିକିତ୍ସା ସେବା ଯୋଗାଇ ଦେଲେ।ଜିଲ୍ଲାରେ ଏକ ଅସହାୟ କେନ୍ଦ୍ର ନ ଥିବାରୁ ଅନେକ ସମୟରେ ଅନେକ ଅସହାୟ ଲୋକ ମାନେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏକ ଅସହାୟ କେନ୍ଦ୍ର ଖୋଲିବା ପାଇଁ ଶ୍ରୀମତୀ ଆଚାର୍ଯ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ମା ଙ୍କ ଏପରି କାର୍ଯ କୁ ପୁଅ ସତ୍ୟପ୍ରିୟ ଓ ଝିଅ ଅନନ୍ୟା ତଥା ବ୍ୟାସ ଫାଉଣ୍ଡେସନ ର ସଭାପତି ଡ ସିଦ୍ଧେଶ୍ୱର ପଣ୍ଡା ସହଯୋଗ କରିଥିଲେ।
