Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ କଲେଜ ଟପ୍ପର ସତ୍ୟବ୍ରତଙ୍କୁ ସମ୍ବର୍ଦ୍ଧନାତିର୍ତ୍ତୋଲ ୨୩/୫-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟର +୨ ବାଣିଜ୍ୟ ବିଭାଗରେ ସତ୍ୟବ୍ରତ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା କରାଯାଇଛି l ସତ୍ୟବ୍ରତ ସୁଦୂର ଏରସମା ପଞ୍ଚାୟତ ବାଲିଠୁତ ଅଞ୍ଚଳର ବାସୁଦେବ ସାହୁ ଓ ମିନରଭା ସାହୁଙ୍କ ସୁପୁତ୍ର ଅଟନ୍ତି l ସତ୍ୟବ୍ରତ ତିର୍ତ୍ତୋଲ ସରଣୀ ସ୍ଥିତ ସନାତନ ଇନଷ୍ଟଚୁଟରେ ଅଧୟନ କରୁଛନ୍ତି l ଅନୁଷ୍ଠାନର ଅଧକ୍ଷ ସନାତନ ସାହୁଙ୍କୁ ଗାଇଡ୍ୟାନ୍ସରେ ସତ୍ୟବ୍ରତ କଠିନ ପରିଶ୍ରମ କରି +୨ ବାଣିଜ୍ୟରେ ସର୍ବାଧିକ ୫୨୧ (୮୬. ୮୩) ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ଅଧିକୃତ କରିପାରିଛନ୍ତି l ଅନୁଷ୍ଠାନ ପକ୍ଷରୁ ସତ୍ୟବ୍ରତଙ୍କୁ ପୁଷ୍ପ ଗୁଛ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି l ଏଥିରେ ଅତିଥି ଭାବେ କବି ବାସବ କୁମାର ନନ୍ଦ ଯୋଗଦେଇ କଲେଜ ଟପ୍ପର ସତ୍ୟବ୍ରତଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରିଥିଲେ l ଏଥିରେ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଓ ଅନ୍ୟ ଅଧ୍ୟାପକମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା କରିଥିଲେ l ସତ୍ୟବ୍ରତ ସାହୁ ତାଙ୍କର ଏହି ସଫଳତା ପାଇଁ ପିତାମାତା ଓ ଅନୁଷ୍ଠାନର ଅଧକ୍ଷ ସନାତନ ସାହୁ, ଯୋଗେନ୍ଦ୍ର ସାରଙ୍କ ସମେତ ଅନ୍ୟ ଅଧ୍ୟାପକ ମାନଙ୍କୁ ଶ୍ରେୟ ପ୍ରଦାନ କରିଥିଲେ l ସତ୍ୟବ୍ରତ ଭବିଷ୍ୟତରେ ଅଧ୍ୟାପକ ହେବାପାଇଁ ଆଶା ରଖିଛନ୍ତି ବୋଲି କହିଥିଲେ l ଏହି ଅନୁଷ୍ଠାନରୁ ପ୍ରତେକ ବର୍ଷ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଇ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ସୁନାମ ଅର୍ଜନ କରିପାରିଛନ୍ତି l ସେହିପରି ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟର +୨ କଳା ବିଭାଗ ରେ ପ୍ରଥମ ଶ୍ରେଣୀ ରେ ୭୨ ଜଣ, ଦ୍ୱିତୀୟ ଶ୍ରେଣୀ ରେ ୯୧ ଜଣ ଓ ତୃତୀୟ ଶ୍ରେଣୀରେ ୧୩୯ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିବାବେଳେ ରିୟା ବରାଳ ୫୦୭ ନମ୍ବର ରଖି କଲେଜ ଟପ୍ପର ବିବେଚିତ ହୋଇଛନ୍ତି l ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ ୧୪୭ ଜଣ, ଦ୍ୱିତୀୟ ଶ୍ରେଣୀ ରେ ୬୬ ଜଣ ଓ ତୃତୀୟ ଶ୍ରେଣୀରେ ୨୧ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିବାବେଳେ ଭାଗ୍ୟଲକ୍ଷ୍ମୀ ରାଉତ ୫୪୧ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି l ଛାତ୍ର ଛାତ୍ରୀମାନଙ୍କରେ ସଫଳତାରେ ସନ୍ତୋଷ ପ୍ରକାଶ କରି ମହାବିଦ୍ୟାଳୟର ଅଧକ୍ଷା ମମତା ରାଉତ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ମାନଙ୍କର ଅଭିଭାବକ, ଶିକ୍ଷକ ଅଣ ଶିକ୍ଷକ ଓ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି l

