ଖୋର୍ଦ୍ଧା , 24/05/2025, ବିକ୍ରମ ଓଡ଼ିଶା ନିୟୁଜ: ଖୋର୍ଦ୍ଧା,୨୩।୫ : ଖୋର୍ଦ୍ଧା ଭିଜିଲାନ୍ସ ଜାଲ ରେ ବାଂକୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଏକ କେସ ଡାଇରୀ ରୁ ନା ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ଟିମ। ଉଭୟଙ୍କୁ ଭିଜିଲାନ୍ସ ଖୋର୍ଦ୍ଧା ପରେ ଭୁବନେଶ୍ବର କୁ ନେଇ ଯାଇଛି ଭିଜିଲାନ୍ସ ଡିଏସପି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଥାନାରେ ଲାଞ୍ଚ ନେଉଥିବା ବେଳେ ଟିମ ତାଙ୍କୁ କାବୁ କରିଥିଲା। ପ୍ରକାଶ ତୁଷାର ନିକଟରେ ଉଲ୍ଲେଖନୀୟ ସେବା ପାଇଁ ଜିଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ। ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ