Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଆମ ସଂସ୍କୃତି ଆମ ପରମ୍ପରାରେ ବଉଳଲୋ ରଜ ଆସୁଛି ଶୀର୍ଷକ କଲେଜ ସ୍ତରୀୟ ପ୍ରତିଯୋଗିତା 1

ଜଗତସିଂହପୁର , 24/05/2025, ବିକ୍ରମ ଓଡ଼ିଶା ନିୟୁଜ: ଆମ ସଂସ୍କୃତି ଆମ ପରମ୍ପରାରେ ବଉଳଲୋ ରଜ ଆସୁଛି ଶୀର୍ଷକ କଲେଜ ସ୍ତରୀୟ ପ୍ରତିଯୋଗିତା
Article Image
ଜଗତସିଂହପୁର,ଆଜି ତିର୍ତ୍ତୋଲସ୍ଥିତ ପିନାକିଲ କୋଚିଂ ସେଣ୍ଟର ପରିସରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ତରଫରୁ "ଆମ ସଂସ୍କୃତି ଆମ ପରମ୍ପରାରେ ବଉଳଲୋ ରଜ ଆସୁଛି" ଶୀର୍ଷକରେ କଲେଜ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି,ସମାଜ ସୁଧାରକ ଡ଼ଃ ଅରୁଣ କୁମାର ପାଣିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏବଂ ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୁଖ୍ୟ ଅତିଥିଭାବେ ଆଧ୍ୟାତ୍ମିକ ଗୁରୁ ନଳିନୀ ଜୀ ମହାରାଜ, ସମ୍ମାନିତ ଅତିଥିଭାବେ ପ୍ରିୟ ଓଡ଼ିଆ ସାହିତ୍ୟ ସଂସଦ ସଭାପତି ରମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଆଦର୍ଶ ଶିକ୍ଷୟତ୍ରୀ ରୁନୁବାଳା ମଲ୍ଲିକ, ଅନୁଷ୍ଠାନ ନିର୍ଦ୍ଦେଶକ ପବିତ୍ର କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଭାରତୀୟ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ,ପିଲାମାନଙ୍କ ମଧ୍ୟରେ ଗୀତ, ନାଚ, ବକ୍ତୃତା , ପୁଚି , ଶଙ୍ଖ, ହୁଳହୁଳି, ଦୌଡ଼ିଡିଆଁ ପ୍ରଭୁତି ପ୍ରତିଯୋଗିତା କରାଯାଇ ପିଲାମାନଙ୍କୁ ପୁରସ୍କୃତ କରାଯାଇଛି, ଅନୁଷ୍ଠାନ ତରଫରୁ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଏଭଳି ପ୍ରତିଯୋଗିତା କରାଯାଇ ପିଲାମାନଙ୍କ ପ୍ରତିଭା ଖୋଜି ବାହାର କରି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।