ଜଗତସିଂହପୁର , 28/04/2025, ବିକ୍ରମ ଓଡ଼ିଶା ନିୟୁଜ: ( ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମଧୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ।)ଜଗତସିଂହପୁର
ତା =28/4/25

ଓଡ଼ିଆ ନବ ଜାଗରଣର ସାରଥି, ଅସ୍ମିତାର ଆଦ୍ୟ ଧ୍ବଜା ବାହକ, ପ୍ରତ୍ୟେକ ଓଡ଼ିଆର ହୃଦୟ ସମ୍ରାଟ, ଓଡ଼ିଆ ଜାତିର ପ୍ରେରଣାର ଉତ୍ସ, କୁଳତିଳକ, କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତି ଚାରଣ କରାଯାଇଥିଲା।ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଜଗତସିଂହପୁର ପୌର ପରିଷଦର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ, ଆଇନଜୀବୀ ତ୍ରିପୁରେଶ୍ବର ମଲ୍ଲିକ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ,ଯୁବ ନେତା ଆର୍ଶୀବାଦ ତ୍ରିପାଠୀ, ଯୁବ କଂଗ୍ରେସ ନେତା ଜ୍ଞାନ ରଞ୍ଜନ ଜେନା (ବିକି), ସମିତି ସଭ୍ୟ ହିମାଂଶୁ ପରିଡ଼ା, ପ୍ରତାପ କୁମାର ମହାନ୍ତି,ଅକ୍ଷୟ କୁମାର ସ୍ବାଇଁ, ବୃନ୍ଦାବନ ପରିଡ଼ା, ଗଙ୍ଗାଧର ବିଶ୍ୱାଳ,ସଂଗ୍ରାମ ଭୋଇ,ସୁରପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ