Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 24/05/2025, ବିକ୍ରମ ଓଡ଼ିଶା ନିୟୁଜ: ଆମ ସଂସ୍କୃତି ଆମ ପରମ୍ପରାତିର୍ତ୍ତୋଲ-୨୪/୫-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତ୍ତୋଲସ୍ଥିତ ପିନାକିଲ କୋଚିଂ ସେଣ୍ଟର ପରିସରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ତରଫରୁ " ଆମ ସଂସ୍କୃତି ଆମ ପରମ୍ପରା ରେ ବଉଳଲୋ ରଜ ଆସୁଛି ଶୀର୍ଷକ ରେ କଲେଜ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ! ସମାଜ ସୁଧାରକ ଡ଼ଃ ଅରୁଣ କୁମାର ପାଣି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏବଂ ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ ଆଧ୍ୟାତ୍ମିକ ଗୁରୁ ନଳିନୀ ଜୀ ମହାରାଜ , ସମ୍ମାନିତ ଅତିଥି ଭାବେ ପ୍ରିୟ ଓଡ଼ିଆ ସାହିତ୍ୟ ସଂସଦ ସଭାପତି ରମେଶ ଚନ୍ଦ୍ର ବେହେରା , ମୁଖ୍ୟବକ୍ତା ଭାବେ ଆଦର୍ଶ ଶିକ୍ଷୟତ୍ରୀ ରୁନୁବାଳା ମଲ୍ଲିକ , ଅନୁଷ୍ଠାନ ନିର୍ଦ୍ଦେଶକ ପବିତ୍ର କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଭାରତୀୟ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ ! ପିଲାମାନଙ୍କ ମଧ୍ୟରେ ଗୀତ, ନାଚ, ବକ୍ତୃତା , ପୁଚି , ଶଙ୍ଖ, ହୁଳହୁଳି, ଦୌଡ଼ି ଡିଆଁ ପ୍ରଭୁତି ପ୍ରତିଯୋଗିତା କରାଯାଇ ପିଲାମାନଙ୍କୁ ପୁରସ୍କୃତ କରାଯାଇଛି ! ଅନୁଷ୍ଠାନ ତରଫରୁ ଆଗାମୀ ଦିନ ବିଭିନ୍ନ ସ୍ଥାନ ରେ ଏହିଭଳି ପ୍ରତିଯୋଗିତା କରାଯାଇ ପିଲାମାନଙ୍କ ପ୍ରତିଭା ଖୋଜି ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ପ୍ରକାଶ !