Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 24/05/2025, ବିକ୍ରମ ଓଡ଼ିଶା ନିୟୁଜ: ଗରାମ ପଞ୍ଚାୟତରେ ପରାକ୍ରମ ଶୋଭା ଯାତ୍ରା ଅନୁଷ୍ଠିତ,
ତିର୍ତୋଲ,୨୪/୫ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଗରାମ ପଂଚାୟତ ଠାରେ ରାଜ୍ୟ କୃଷକ ମୋର୍ଚା ସଂଯୋଜିକା ଜୟଲଷ୍ମୀ ମହାନ୍ତି ଓ ଜିଲ୍ଲା ମହିଳା ମୋର୍ଚା ସଦସ୍ୟ ପ୍ରତିମା ମହାନ୍ତି, ଜଗନ୍ନାଥ ପୁର ପଂଚାୟତ ର ଯୁବ ନେତୃତ୍ୱ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଅପରେସନସିନ୍ଦୁର ବିଜୟ ପାଇଁ ଏକ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏହି ଶୋଭା ପୁରା ଗରାମ
ପଞ୍ଚାୟତ ପରୀକ୍ରମା କରି ନୀଳମାଧବ ମନ୍ଦିର ନିକଟରେ ଶେଷ ହୋଇ ଥିଲା, ଗରାମ ପଂଚାୟତ ର ଶତାଧିକ ଏସ ଏଚ ଜିମହିଳା ନିମନ୍ତ୍ରିତ ଅତିଥି ଭାବେ ପୁଷ୍ପାଞ୍ଜଳି ମହାନ୍ତି, ବୋଧେଇ ଜିପିବେବିନା ମହାରଣା, ତୁଳଙ୍ଗ ଜିପି ରୁଆସି ଗରାମ ଠାରେ ଅନୁଷ୍ଠିତ ପରାକ୍ରମ ଶୋଭା ଯାତ୍ରାରେ ଯୋଗ ଦେଇଥିଲେ, ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରିବା ବେଳେ ବହୁ ନରନାରୀ ଏହାକୁ ସାମର୍ଥନ କରିଥିଲେ, ଭ୍ରମରବର ଗଛାୟତ, ଅଭୟ ସାମଲ, ତନ୍ମୟ ତ୍ରିପାଠୀ ପ୍ରମୁଖ ବହୁ ଯୁବ ନେତୃତ୍ୱ ଏଥିରେଯୋଗଦାନ କରିଥିଲେ,ରିପୋର୍ଟ ଶ୍ରୀବତ୍ସ ପାଢ଼ୀ,( ବିକ୍ରମ ଓଡିଶା )