Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜିଲାରେ +୨ କଳା ଛାତ୍ରୀଙ୍କ ସଫଳତାକୁ ନେଇ ଚର୍ଚ୍ଚାରେ ଆର୍ଟ ଏକାଡେମୀ କୋଚିଂ ସେଣ୍ଟର ) 9

ଜଗତସିଂହପୁର , 24/05/2025, ବିକ୍ରମ ଓଡ଼ିଶା ନିୟୁଜ: ( ଜିଲାରେ +୨ କଳା ଛାତ୍ରୀଙ୍କ ସଫଳତାକୁ ନେଇ ଚର୍ଚ୍ଚାରେ ଆର୍ଟ ଏକାଡେମୀ କୋଚିଂ ସେଣ୍ଟର )ଜଗତସିଂହପୁର
Article Image
ତା=24/5/25
Article Image
ଚଳିତ ବର୍ଷ +୨ କଳାରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ଜଗତସିଂହପୁର ସ୍ଥିତ ଆର୍ଟସ ଏକାଡୀମି କୋଚିଂ ସେଣ୍ଟର ।ଏହି କୋଚିଂ ସେଣ୍ଟରରେ କଳା ବିଭାଗରେ ଦୁଇଶହ ଛାତ୍ରଛାତ୍ରୀ କୋଚିଂ ନେଉଥିଲେ।ଜିଲାର ସର୍ବପୁରାତନ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ କଳା ବିଭାଗରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବେଶ ଭଲ ସଫଳତା ପାଇଛନ୍ତି।ଆର୍ଟସ ଏକାଡିମି କୋଚିଂ ସେଣ୍ଟର ରେ ପଢ଼ୁଥିବା ୨୦୮ ଜଣ କଳା ବିଭାଗର ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୮୫ ଜଣ,ଦ୍ୱିତୀୟ ଶ୍ରେଣୀରେ ୫୭ ଜଣ ,ତୃତୀୟ ଶ୍ରେଣୀରେ ୬୦ଜଣ ସମୁଦାୟ ୨୦୨ ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏହି କୋଚିଙ୍ଗ ସେଣ୍ଟର୍ ର ଛାତ୍ରୀ 600 ନମ୍ବରରୁ ୫୩୧ନମ୍ବର ମାର୍କ ରଖି ଏସ ଭି ଏମ କଲେଜ ର ସ୍ଥିତି ପ୍ରଜ୍ଞା ଲେଙ୍କା ରିୟାଗ= 1 ରେ ଥିବା ବେଳେ ଶାଶ୍ଵତୀ ପ୍ରିୟଦର୍ଶିନୀ ପାତ୍ର ୫୨୬ ମାର୍କ ରଖି ରିୟାଗ 3 ,ପ୍ରିୟଙ୍କା ପ୍ରୀତି ପ୍ରଶନା ୫୨୧ ମାର୍କ ରଖି ରିୟାଗ 4 , ଅଜିତ ବେହେରା ୫୧୬ ମାର୍କ ରଖି ରିୟାଗ 5 , ଅମିତ୍ କୁମାର ଦାସ ୫୧୧ ମାର୍କ ରଖି ରିୟାଗ 7ସ୍ଥାନ ପାଇ କଲେଜକୁ ଗୌରବାନିତ୍ୱ କରିବା ସହିତ କୋଚିଂ ସେଣ୍ଟର କୁ ଗୌରବାନିତ୍ୱ କରିଛନ୍ତି। ପରିଶ୍ରମର କଲେ ସଫଳତା ନିଶ୍ଚିତ ମିଳିବ ବୋଲି ଦୈନିକ ୮ ରୁ ୧୦ ଘଣ୍ଟା ପରିଶ୍ରମ କରିବା ସହିତ କୋଚିଂ ସେଣ୍ଟରର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଛାତ୍ର ଛାତ୍ରୀ ମାନଙ୍କ ପାଠପଢା ଉପରେ ଅଧିକ ସମୟ ଦେଇ ପାଠ ପଢ଼ାରେ ସହଯୋଗ କରୁଥିଲେ। କୋଚିଂ ସେଣ୍ଟରର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହଯୋଗ ଯୋଗୁ ଆଜି ସେ ପରିଶ୍ରମର ଫଳ ପାଇଛନ୍ତି। ସେମାନଙ୍କର ସଫଳତା ପଛରେ କୋଚିଂ ସେଣ୍ଟରର ଅଧ୍ୟାପକ,ଅଧ୍ୟାପିକା ମାନଙ୍କ ସହିତ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି।ଆଗକୁ ସେ ଜଣେ ଆଇଏସ ଅଫିସର ହେବା ପାଇଁ ଆଶା ରଖିଛନ୍ତି ।।ଏସ ଭି ଏମ ମହାବିଦ୍ୟାଳୟ ପାଠ ପଢୁଥିବା ଉଭୟ ଛାତ୍ରଛାତ୍ରୀ ସ୍ଥାନୀୟ ଆର୍ଟସ ଏକାଡିମି କୋଚିଂ ସେଣ୍ଟର ରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପରିଶ୍ରମ କୁ ସାର୍ଥକ କରିଥିବା ଛାତ୍ରୀ ଦୁଇଜଣଙ୍କୁ କୋଚିଂ ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ କୋଚିଂ ସେଣ୍ଟରର ଅଧ୍ୟାପକ ତନ୍ମୟ ମହାପାତ୍ର , ଏସ ଭି ଏମ କଲେଜର ରାଜନୀତି ବିଭାଗର ଅଧ୍ୟାପକ ଜିତୁ ପ୍ରସାଦ ମଲିକ ଓ ଛାତ୍ରୀ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
Article Image