Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କାକଟପୁରରେ ଗୋଟେ ସପ୍ତାହ ଭିତରେ ଦୁଇ ବାଇକ ଓ ଗୋଟିଏ ପିକଅପ ଚୋରୀ, ପୋଲିସ ର ହାତ ଖାଲି 2

କାକଟପୁର, 24/05/2025, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁରରେ ଗୋଟେ ସପ୍ତାହ ଭିତରେ ଦୁଇ ବାଇକ ଓ ଗୋଟିଏ ପିକଅପ ଚୋରୀ, ପୋଲିସ ର ହାତ ଖାଲି
Article Image
କାକଟପୁର 24/5 ( ତୁଷାର ଦୀକ୍ଷିତ ) ଗତ କିଛି ଦିନ ହେଵ କାକଟପୁର ରେ କେଉଁଠି ଲୁଟେରା ମାନେ ଛିନତାଇ କରି ଖସି ପଳାଇବାରେ ସକ୍ଷମ ହେଉଛନ୍ତି ତ କେଉଁଠି ବାଇକ ଓ ଚାରି ଚକିଆ ଯାନ ଚୋରୀ କରି ଅନ୍ୟାୟସରେ ଖସି ଯାଉଛନ୍ତି l କିନ୍ତୁ କାକଟପୁର ପୋଲିସ ତାର ଟେର ପାଉନି ଯାହା ଫଳରେ ସାଧାରଣ ଲୋକେ ପୋଲିସ ଉପରୁ ଆସ୍ଥା ତୁଟିବାରେ ଲାଗିଛି l କିଛିଦିନ ତଳେ ସେବାୟତ ପରିବାର ର ସ୍ତ୍ରୀ ଲୋକ ଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଦୁର୍ବୁତ୍ତ ଫେରାର ହୋଇ ଯାଇଥିବା ବେଳେ ତାର ଅଳ୍ପ ଦିନ ବ୍ୟବଧାନରେ ଦିନ ଦ୍ୱିପ୍ରହରରେ ପୁଣି ଜଣେ ସ୍ତ୍ରୀ ଲୋକଙ୍କ ବେକରୁ ସୁନା ଚେନ ଵି ଝାମ୍ପି ନେଇଥିଲେ ଦୁର୍ବୁତ୍ତ l କାକଟପୁର ପୋଲିସ ବିଭିନ୍ନ ସ୍ଥାନ ରେ ରେଡ କରି ଦୁର୍ବୁତ୍ତ ର ଟେର ପାଇ ନ ଥିବା ବେଳେ ପୁଣି ସେଇ କେନାଲ ବନ୍ଧ ଠାରେ କାକଟପୁର ସରକାରୀ ହାଇସ୍କୁଲ ର ଶିକ୍ଷୟତ୍ରୀ ଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଦୁର୍ବୁତ୍ତ ଫେରାର ହୋଇ ଥିଲା ମାତ୍ର କିଛି ଦିନ ବ୍ୟବଧାନ ରେ କାକଟପୁର ସେବକ ସାହିରୁ ସୁକାନ୍ତ କୁମାର ଦାଶ ଙ୍କ ଘର ଆଗରୁ ହ୍ୟାଣ୍ଡେଲ ଲକ ଥାଇ ଦିନ ଦ୍ବିପ୍ରହରରେ ସମସ୍ତ ଙ୍କୁ ଚକମା ଦେଖାଇ ଏକ ଗ୍ଲାମର ମୋଟର ସାଇକେଲ ନେବାରେ ସକ୍ଷମ ହୋଇଛି l ପୋଲିସ ସିସି ଅଧାର ରେ ଲୁଟେରା କୁ ଖୋଜୁ ଥିବା ବେଳେ ଶୁକ୍ରବାର ରାତିରେ ମଙ୍ଗଳା ମନ୍ଦିର ସେବାୟତ ସାହିରେ ଥିବା ଅଶୋକ କୁମାର ଦୀକ୍ଷିତ ଙ୍କ ଧଳା ରଙ୍ଗ ର ସ୍କୁଟି ଟିକୁ ନେବା ସହିତ ଆଉ ୪ ଟି ଗାଡ଼ିକୁ ଚୋରୀ କରିବାକୁ ଉଦ୍ୟମ କରି ବିଫଳ ହେବାରେ ଚୋର ମାନେ ଖସି ଯାଇଥିବା ଜଣାପଡିଛି l ଏହା ପଛରେ ଏକ ସ୍ୱତନ୍ତ୍ର ଗ୍ୟାଙ୍ଗ କାମକରୁଥିବା ସାଧାରଣ ଲୋକ ମାନେ ଅନୁମାନ କରୁଥିବାବେଳେ ଏହି ଘଟଣା କିନ୍ତୁ ପୋଲିସ ପ୍ରଶାସନ ର ମୁଣ୍ଡ ବିନ୍ଧାର କାରଣ ପାଲଟିଛି l ସେହିପରି ଶୁକ୍ରବାର ରାତିରେ କାକଟପୁର ବ୍ଲକ ଛକ ନିକଟରେ ଥିବା ବୀଣାପାଣି ଷ୍ଟୋର ଆଗରୁ ଏକ ପିକ -ଅପ ଭ୍ୟାନ ଚୋରୀ ହୋଇଥିବା ଷ୍ଟୋରର ମାଲିକ ବିଜୟ କୁମାର ତ୍ରିପାଠୀ ଆଜି କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏ ସମସ୍ତ ଘଟଣାକୁ ଦେଖିଲେ କାକଟପୁର ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ତୁରନ୍ତ ପୁରୀଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ଦିଗରେ ଦୃଷ୍ଟି ଦେଇ ଚୋରୀ ଗ୍ୟାଙ୍ଗକୁ ଧରି ଉପଯୁକ୍ତ ଦଣ୍ଡ ବିଧାନ କରିବାକୁ ସାଧାରଣ ରେ ଦୃଢ଼ ଦାବୀ ହୋଇଛି l
Article Image