Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 25/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀର୍ଘ ବର୍ଷ ହେବ କଣ୍ଟାପଡା ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଅଭିଯୋଗ କଲେ କଣ୍ଟାପଡା ଅଧିବାସୀଜଗତସିଂହପୁର, ୨୪/୫/୨୦୨୫

ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଜନସାଧାରଣ, ଆମେ କହୁନୁ ଦର୍ଶକ ବନ୍ଧୁ ଯାହା ସାଧାରଣ ଲୋକମାନେ କହୁଛନ୍ତି,ରାଜ୍ୟରେ ସରକାର ବଦଳୁଛି ସତ ହେଲେ କଣ୍ଟାପଡା ହରିଜନ ସାହିକୁ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଧା ଭଲ ରାସ୍ତା ଖଣ୍ଡେ ହୋଇପାରିନାହିଁ, ବର୍ଷା ହେଲେ ଜରୁରୀ ସମୟରେ ଆମ୍ବୁଲାସ ଠୁ ଆରମ୍ଭ କରି ଅଟୋଟିଏ ବି ଆସିବାକୁ ରାଜି ହେଉନାହାନ୍ତି ଏହି ଗ୍ରାମକୁ,ଦୟନୀୟ ଅବସ୍ଥାରେ ବସବାସ କରୁଛନ୍ତି ଲୋକେ, କେବେ ପଡିବ ସରକାରୀ ବାବୁମାନଙ୍କ ଏଥିପ୍ରତି ନଜର, ରାଜ୍ୟରେ ଏବେ ଲୋକଙ୍କ ସରକାର ଏଠି ଭଲ ରାସ୍ତାଟିଏ ପାଇଁ ଆସାବାନ୍ଧି ବସିଛନ୍ତି ସାଧାରଣ ଜନତା,ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର କଣ୍ଟାପଡା ଗ୍ରାମରେ, ଦୀର୍ଘ ଦିନରୁ ଭଲ ରାସ୍ତାଟିଏ ନଥିବାରୁ ଅଭିଯୋଗ କଲେ ଗ୍ରାମବାସୀ, ଏହି ରାସ୍ତାରେ ଛାଡି ଛାଡି କେଉଁଠି ସହେମିଟର ଢ଼ଳେଇ ରାସ୍ତା ଅଛିତ କେଉଁଠି ମହରମ ଖାଲ ରାସ୍ତା, ସମ୍ପୂର୍ଣ୍ଣ ହୋଇପାରୁନି ଏ ରାସ୍ତାକାମ, ଏ ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଭେଟିବାକୁ ଆମେ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋଇପାରିଲା ନାହିଁ, ଆଗାମୀ ଦିନରେ କଣ୍ଟାପଡାର ଗ୍ରାମବାସୀ ମାନେ ଭୋଟ ବର୍ଜନ କରିବାକୁ ସାମୁହିକ ଭାବେ ଚେତାବନୀଦେବା ସହ ନିଷ୍ପତି ନେଇସାରିଛନ୍ତି। ଏହି ରାସ୍ତା ମରାମତି ପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି।।

ଜଗତସିଂହପୁରରୁ ବିୟୁରୋ ରିପୋର୍ଟ ସହ ନଳିନି କାନ୍ତଙ୍କ ରିପୋର୍ଟ।