ଜଗତସିଂହପୁର , 25/05/2025, ବିକ୍ରମ ଓଡ଼ିଶା ନିୟୁଜ: ସୁକାନ୍ତ ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା:ଜଗତସିଂହପୁର ତା=25/5/25

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଓଡିଶା ସରକାର ଙ୍କ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଜଗତସିଂହପୁର ଜିଲ୍ଲାରେ ଶ୍ରୀଯୁକ୍ତ ପ୍ରଧାନ ଦୀର୍ଘ 13 ବର୍ଷ 9 ମାସ ଧରି ଡେପୁଟି ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଭାବେ କାର୍ଯ୍ୟ କରୁଥିଲେ l ତାଙ୍କର କେନ୍ଦ୍ରାପଡା ଜିଲ୍ଲା ବଦଳି ହେବା କାରଣରୁ ଶ୍ରୀଯୁକ୍ତ ପ୍ରଧାନଙ୍କୁ ବଦଳିକାଳୀନ ସମ୍ବର୍ଦ୍ଧନା ଯଥା ସମ୍ମାନର ସହ ପ୍ରଦାନ କରାଯାଇଛି l ଶ୍ରୀଯୁକ୍ତ ପ୍ରଧାନ ଏହି ଦୀର୍ଘବର୍ଷ ଅବଧି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଯଥା ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ଶିକ୍ଷା ବିଭାଗ, ପଞ୍ଚାୟତିରାଜ ବିଭାଗ, ଜିଲ୍ଲା ମଙ୍ଗଳ ଉନ୍ନୟନ ବିଭାଗ, ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର, ଗଣ ମାଧ୍ୟମ, ଜ଼ିଲ୍ଲା ପ୍ରଶାସନ ସାଙ୍ଗକୁ ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ ର ସମସ୍ତ କର୍ମକର୍ତ୍ତା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟର ସମସ୍ତ କର୍ମକର୍ତ୍ତା, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଜିଲ୍ଲାର ସମସ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଆୟୁଷ ଡାକ୍ତର, ସେକ୍ଟର ମେଡିକାଲ ଅଫିସର, ବହୁମୁଖୀ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ ଆଶା କର୍ମୀ ମାନଙ୍କ ସହ ସଂଯୋଗ ରଖି ମାତୃ ସ୍ୱାସ୍ଥ୍ୟ, ଶିଶୁ ସ୍ୱାସ୍ଥ୍ୟ, କୈଶୋର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଟୀକାକାରଣ, ତାଲିମ କାର୍ଯ୍ୟକ୍ରମ ଓ ପୁଷ୍ଟି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ l କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ l ଏହି ବଦଳିକାଳିନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ, ଡାକ୍ତର ରଶ୍ମି ରଞ୍ଜନ ପଟ୍ଟନାୟକ, ଏ ଡି ଏମ ଓ ମେଡିକାଲ ଡାକ୍ତର ସରୋଜ କୁମାର ଜେନା, ନବାଗତ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ସେକ୍ସନ ଅଫିସର ବିନୋଦ କୁମାର ରଥ, ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର ନୀଳମାଧଵ ରଥ, ଆସିଷ୍ଟାଣ୍ଟ ଇଂଜିନିଅର ଚନ୍ଦନ କୁମାର ସାହୁ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡା, ଆସିଷ୍ଟାଣ୍ଟ ମ୍ୟାନେଜର ସ୍ବସ୍ତି ମହାନ୍ତି, ହସ୍ପିଟାଲ ମ୍ୟାନେଜର ସଚିନ ସାହୁ, ସସ୍ମିତା ସାହୁ, ଆସିଷ୍ଟାଣ୍ଟ ମ୍ୟାନେଜର କମ୍ୟୁନିଟି ପ୍ରୋଶେଷ ଅମିତା ପଣ୍ଡା, ଆସିଷ୍ଟାଣ୍ଟ ମ୍ୟାନେଜର କ୍ୱାଲିଟି ସୁଜାତା ପ୍ରିୟମ୍ବଦା ଦାସଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରୀଯୁକ୍ତ ପ୍ରଧାନଙ୍କର ବହୁମୁଖୀ ପ୍ରତିଭାର ଗୁଣଗାନ କରିଥିଲେ l ଶେଷରେ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛସହ ଅନେକ ଉପହାର ପ୍ରଦାନ କରିଥିଲେ l ଏହି ବିଦାୟକାଳିନ ସଭାରେ ଶ୍ରୀଯୁକ୍ତ ପ୍ରଧାନ ସହ ଅନ୍ୟମାନେ ଭାବ ବିହୋଳ ହୋଇ କାନ୍ଦିଥିଲେ l ଏହି ସଭା ସହିତ ଶ୍ରୀଯୁକ୍ତ ପ୍ରଧାନ ଙ୍କୁ ବିଭିନ୍ନ ବିଭାଗରୁ ବହୁ ମାତ୍ରା ରେ ଶୁଭେଚ୍ଛା ଓ ଆଶୀର୍ବାଦ ମିଳିଥିଲା l କେନ୍ଦ୍ରାପଡା ଜିଲ୍ଲା ରେ ଶ୍ରୀଯୁକ୍ତ ପ୍ରଧାନ ତା. 23.05.2025 ଯୋଗଦାନ କରିଛନ୍ତି ତାଙ୍କୁ ମଧ୍ୟ ସେଠାରେ ସ୍ୱାଗତ କରାଯାଇଛି lଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ