Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

35ବର୍ଷ ପରେ ଗାଁ କୁ ଫେରିଲେ ଯୁଗଳ | ଆଧାର କାର୍ଡ ଓ ଭୋଟର କାର୍ଡ ନଥିବାରୁ ସରକାରୀ ସୁବିଧା ରୁ ବଞ୍ଚିତ ଯୁଗଳ ଖଟୁଆ 2

ଜଗତସିଂହପୁର , 25/05/2025, ବିକ୍ରମ ଓଡ଼ିଶା ନିୟୁଜ: 35ବର୍ଷ ପରେ ଗାଁ କୁ ଫେରିଲେ ଯୁଗଳ | ଆଧାର କାର୍ଡ ଓ ଭୋଟର କାର୍ଡ ନଥିବାରୁ ସରକାରୀ ସୁବିଧା ରୁ ବଞ୍ଚିତ ଯୁଗଳ ଖଟୁଆଜଗତସିଂହପୁର ତା=25/5/25
Article Image
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ରାହାଣ ପଂଚାୟତ ରାହାଣ ଗ୍ରାମର ଯୁଗଳ ଖଟୁଆ ବୟସ (55 ବର୍ଷ ) ସରକାରୀ ସୁବିଧା ରୁ ବଞ୍ଚିତ | ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ନଥିବାରୁ ସରକାରଙ୍କର ବିଭିନ୍ନ ଯୋଜନାରୁ ଅନ୍ତଭୁତ ହୋଇପାରୁନାହାନ୍ତି | ଵର୍ତମାନ ସେ ଅସହାୟ ଅବସ୍ଥାରେ ରହୁଛନ୍ତି | ପୂର୍ବରୁ ଯୁଗଳ ଖଟୁଆ ଗାଁ ଛାଡି ଦୀର୍ଘ 35 ବର୍ଷ ହେବ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ସେଠାରୁ ଆଉ ଗାଁ କୁ ଆସିନଥିଲେ | ପରିବାର ଲୋକ ଦୀର୍ଘ ଦିନ ହେବ ବାହାର ରାଜ୍ୟ ରେ ରହିବା ଦ୍ଵାରା ଯୁଗଳ ଖଟୁଆ ମୃତ୍ୟୁ ବୋଲି ଭାବି ନେଇଥିଲେ ||ସେଠାରେ ତାଙ୍କ ଦେହ ଖରାପ ହେବାରୁ ଗାଁକୁ ଆସିବା ପରିବର୍ତ୍ତେ ପୁରୀ ପଳାଇ ଯାଇଥିଲେ | ପୁରୀ ରେ ଏକ ମେଡିକାଲ ଚିକିତ୍ସା ହେଉଥିଲେ | ସେଠାରେ ରହୁଥିବା ସମ୍ପକ୍ରୀୟ ତାଙ୍କୁ ଦେଖୀ ତାଙ୍କର ପରିଚୟ ପଚାରି ସେ ଯୁଗଳ ଖଟୁଆ ପିତା କୃଷ୍ଣ ଖଟୁଆ ଗ୍ରାମ ରାହାଣ ବ୍ଲକ ବାଲିକୁଦା ଜିଲ୍ଲା ଜଗତସିଂହପୁର ବୋଲି ଜାଣିବା ପରେ ଗ୍ରାମ କୁ ନେଇ ଆସିଥିଲେ |ସୂଚନା ଥାଉକି ବାହାର ରାଜ୍ୟ ରୁ ଆସି ପହଂଚିଥିବା ବେଳେ ତାଙ୍କର ସମସ୍ତ କାଗଜପତ୍ର ଚୋରି ହୋଇଯାଇ ଥିଲା | ତାଙ୍କ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ନଥିବାରୁ ସେ ସରକାରୀ ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି | ତାଙ୍କୁ ସମସ୍ତ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପରିବାର ବର୍ଗ ଅଞ୍ଚଳ ବାସି ଦାବି କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ