Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ରାତି ପାହିଲେ ସାବିତ୍ରୀ ଅମାବାସ୍ଯା 1

ରାଇରଙ୍ଗପୁର, 25/05/2025, ବିକ୍ରମ ଓଡ଼ିଶା ନିୟୁଜ: : ରାତି ପାହିଲେ ସାବିତ୍ରୀ ଅମାବାସ୍ଯା : ରାତି ପାହିଲେ ସାବିତ୍ରୀ ଅମାବାସ୍ଯା l ମୟୂରଭଞ୍ଜ ଜିଲ୍ଲା ଅଧିନସ୍ତ ରାଇରଙ୍ଗପୁର ସହରରେ ଫଳ ବଜାରରେ ମୂଲ୍ଯ ଅହେତୁକ ବୁଦ୍ଧି ସତ୍ଯବାନଙ୍କ ଚିନ୍ତା ବଢାଇଛି l ଆଜିଠାରୁ ସମସ୍ତ ଫଳ ଦୋକାନରେ ଭିଡ ଲାଗିଥିବା ବେଳେ ଆସନ୍ତାକାଲି ଦର ଆହୁରି ବୁଦ୍ଧି ଆଶଙ୍କା କରାଯାଉଛି l କଦଳୀ ଡଜନକୁ ୮୦, ଡାଳିମ୍ବ କିଲୋ ପ୍ରତି ୩୦୦, ଅଙ୍ଗୁର ୨୫୦, ସେଓ ୨୫୦-୩୦୦, କମଳା ୨୦୦, ନଡିଆ ଗୋଟାକୁ ୪୦, ଲିଚୁ କିଲୋ ପ୍ରତି ୩୦୦, ସପୁରୀ ଗୋଟାକୁ ୧୫୦ ଟଙ୍କା l ସାବିତ୍ରୀଙ୍କ ପୂଜା ପାଇଁ ସତ୍ଯବାନ ହଟହଟା ହେଉଛନ୍ତି l କେଉଁଫଳ କିଣିବେ ଓ କେତେ ପରିମାଣର କିଣିବେ ଚିନ୍ତାରେ ପଡିଛନ୍ତି l ପକେଟ୍ କୁ ଦେଖି କମ୍ ପରିମାଣର ଫଳ କିଣି ଘରେ ପହଞ୍ଚିବାବେଳକୁ ଘରଣୀ କିନ୍ତୁ ସନ୍ତୁଷ୍ଟ ନୁହନ୍ତି l ଫଳ ଉପରେ ବଜାର ଦର ନିୟନ୍ତ୍ରଣ ନାହିଁ l ପର୍ବପର୍ବାଣୀକୁ ଆଖିରେ ରଖି ବେପାରି ମନଇଛା ବିଭିନ୍ନ ତରିକାରେ ଫଳ ବିକୁଛନ୍ତି l କେଜି କିମ୍ବା ଡର୍ଜନ ବଦଳରେ ଫଳ ଗୋଟାକୁ ମୂଲ୍ଯ ନେଉଛନ୍ତି l ଏପରିସ୍ଥଳେ ଜିଲ୍ଲା ପ୍ରଶାସନ ବଜାର ଦର ଉପରେ ରୋକ ଲଗାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image