Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଟାଟାନଗର-ବାଦାମପାହାଡ ରେଳପଥ ବିକାଶ ଦାବି 1

ରାଇରଙ୍ଗପୁର, 25/05/2025, ବିକ୍ରମ ଓଡ଼ିଶା ନିୟୁଜ: : ଟାଟାନଗର-ବାଦାମପାହାଡ ରେଳପଥ ବିକାଶ ଦାବି : ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ଟାଟା- ବାଦାମପାହାଡ ରେଳ ରୁଟ ନିରୀକ୍ଷଣରେ ଆସି ରାଇରଙ୍ଗପୁର ରେଳଷ୍ଟେସନ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯର ସମୀକ୍ଷା କରିଛନ୍ତି l ଏହି ଅବସରରେ ଜେନେରାଲ ମ୍ଯାନେଜରଙ୍କୁ ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ କୁମାର ମହାନ୍ତି ଓ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତୀ ସାକ୍ଷାତ କରି ଟାଟାନଗର- ବାଦାମପାହାଡ ରେଳରୁଟର ବିକାଶ ପାଇଁ ୫ ଦଫା ଦାବିପତ୍ର ପ୍ରଦାନ କରିଥିଲେ l ପୂର୍ବ ବର୍ଷପରି ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଳେ ବାମନଘାଟୀ ରାଇରଙ୍ଗପୁର ଅଞ୍ଚଳର ଭକ୍ତଙ୍କୁ ଦର୍ଶନ ପାଇଁ ବାଦାମପାହାଡ - ପୁରୀ ଧାମ ଏକ୍ସପ୍ରେସ ଭାୟା ଟାଟାନଗର ପୁରୀ ଟ୍ରେନ ଚଳାଚଳ, ପ୍ରସ୍ତାବିତ ରାଇରଙ୍ଗପୁର ମୁଖ୍ଯ ବାଜାର ରେଳଫାଟକ ଠାରେ ଫ୍ଲାଏ ଓଭର ସଡକ ନିର୍ମାଣ, ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟିତ ୩ଟି ନୂତନ ରେଳଲାଇନ ପ୍ରକଳ୍ପ ବାଦାମପାହାଡ - କେନ୍ଦୁଝର, ଗୋରୁମହିଷାଣୀ- ବାଙ୍ଗରିପୋଷି ଓ ବୁଢାମରା- ଚାକୁଳିଆ ରେଳ ଲାଇନ ସଂଯୋଗୀକରଣ କାର୍ଯ୍ଯ ଅତିଶୀଘ୍ର ଆରମ୍ଭ, ରାଇରଙ୍ଗପୁର ରେଳଷ୍ଟେସନ ଓ ବାଦାମପାହାଡ ଠାରେ ରେଳ କ୍ଯାଣ୍ଟିନ ନିର୍ମାଣ, ରାଇରଙ୍ଗପୁର ରେଳ ଷ୍ଟେସନ ଠାରେ ରେଳ ବିଭାଗର ପୁଲିସ ଷ୍ଟେସନ (ଜିଆରପି) ସ୍ଥାପନ ଇତ୍ଯାଦି ଦାବିପତ୍ରରେ ଉଲ୍ଲେଖ ରହିଛି l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image
Article Image