Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ମୟୂରଭଞ୍ଜ, 25/05/2025, ବିକ୍ରମ ଓଡ଼ିଶା ନିୟୁଜ: : ଆର କେ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ଲହାଶିଳାର ଛାତ୍ରଛାତ୍ରୀ କୁତିତ୍ବ ସହ ଉତ୍ତୀର୍ଣ୍ଣ : ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଲୁହାଶିଳା ଠାରେ ଗଢିଉଠିଥିବା ରଜନୀକାନ୍ତ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ଛାତ୍ରଛାତ୍ର ଗତ ବର୍ଷ ପରି ଏବର୍ଷ ମଧ୍ଯ ସୁନମ୍ବର ରଖି କୁତିତ୍ବ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି l ୨୦୨୪- ୨୫ ଶିକ୍ଷାବର୍ଷ ଉଚ୍ଚ ମାଧ୍ଯମିକ ପରୀକ୍ଷା ଫଳାଫଳ ଘୋଷଣା ହେବା ପରେ ଲୁହାଶିଳା ରଜନୀକାନ୍ତ କଲେଜର ଛାତ୍ରଛାତ୍ରୀ ଆନନ୍ଦରେ ଉତପୂଲ୍ଲିତ ହୋଇଥିଲେ l ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀ ୯ ଜଣ, ଦ୍ବିତୀୟ ଶ୍ରେଣୀ ୪୦ ଜଣ ଓ ତୁତୀୟ ଶ୍ରେଣୀ ୧୦ ଜଣ ହୋଇଥିଲା ବେଳେ କଳା ବିଭାଗରେ ପ୍ରଥମ ଶ୍ରେଣୀ ୫ ଜଣ, ଦ୍ବିତୀୟ ଶ୍ରେଣୀ ୨୪ ଜଣ ଓ ତୁତୀୟ ଶ୍ରେଣୀ ୨୮ ଜଣ ସଫଳତା ସହ ଉତ୍ତୀର୍ଣ୍ଣ ହୋଇଥିଲେ l କୁତୀ ଛାତ୍ରଛାତ୍ରୀ ଗଣ କଲେଜର ଶିକ୍ଷକଶିକ୍ଷୟତ୍ରୀ ଏବଂ ନିଜର ମାତାପିତାଙ୍କୁ ଶ୍ରେୟ ପ୍ରଦାନ କରିଥିବା ବେଳେ ଆଗାମୀ ଭବିଷ୍ଯତରେ ସୁନାଗରିକ ହୋଇ ସମାଜରେ ପ୍ରତିଷ୍ଠିତ ହେବେ ବୋଲି ପ୍ରକାଶ କରିଥିଲେ l ସେମାନଙ୍କ ମଧ୍ଯରେ ବିଜ୍ଞାନ ବିଭାଗରେ ସ୍ଥିତିପ୍ରଜ୍ଞା ମାଇତି ୪୮୬ ନମ୍ବର, ଦ୍ବିତୀୟ ମଧୁଲି ମଧୁସ୍ମିତା ପାଇକ ୪୨୬ ନମ୍ବର, ତୁତୀୟ ପ୍ରତିମା ଧିର ୪୦୭ ନମ୍ବର ଓ ଚତୁର୍ଥ ସ୍ବସ୍ତିକ କୁମାର ଗିରି ୪୦୨ ନମ୍ବର ରଖି ଅଗ୍ରତମ ସ୍ଥାନ ଅଧିକାର କରିଥିବା ବେଳେ କଳା ବିଭାଗରେ ପ୍ରଥମ ପୋମା ଟୁଡୁ ୪୪୦ ନମ୍ବର, ଦ୍ବିତୀୟ ରଜନୀ ହେମ୍ବ୍ରମ ୩୯୪ ନମ୍ବର , ତୁତୀୟ ପାଣୁ ଦେହରୀ ୩୯୧ ନମ୍ବର ଓ ଚତୁର୍ଥ ପୂର୍ଣ୍ଣିମା ଟୁଡୁ ୩୮୩ ନମ୍ବର ରଖି ଅଗ୍ରତମ ସ୍ଥାନ ଅଧିକାର କରିଥିଲେ l ଏ ବିଷୟରେ କଲେଜ ଅଧ୍ଯକ୍ଷ ପିକେ ସଂଗ୍ରାମ ସାରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଆମ କଲେଜରେ କଳା ଓ ବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀ ସଫଳତା ସହ ଉତ୍ତୀର୍ଣ୍ଣ ହୋଇଛନ୍ତି l ଏଥିପାଇଁ କଲେଜର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ଅବିଭାବକଅବିଭାବିକା ଏବଂ ଛାତ୍ରଛାତ୍ରମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ l ଆଗାମୀ ଦିନରେ ଏହି ରଜନୀକାନ୍ତ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ନାଁ ଓ ଖ୍ଯାତି ରହୁ ବୋଲି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ଗୁହାରୀ ଜଣାଇଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ


