Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 25/05/2025, ବିକ୍ରମ ଓଡ଼ିଶା ନିୟୁଜ: ପୁରା ଅଞ୍ଚଳ ରଛାତ୍ର ଛାତ୍ରୀ, ଅଭିଭାବକ ସମସ୍ତେ ଝୁରୁଛନ୍ତି ତାଙ୍କ ପ୍ରିୟ ନିରଞ୍ଜନ ସାର ଙ୍କୁ, ଶାରୀରିକ ଅକ୍ଷମ ହୋଇ ମଧ୍ୟ କରୁଥିଲେ ଶିକ୍ଷା ଦାନ

କାକଟପୁର ୨୫/୫ ( ତୁଷାର ଦୀକ୍ଷିତ ) ବିଧିର ବିଧାନ କେ କରିବ ଆନ ଯାହାର କବଳ ରେ କବଳିତ ହୋଇଯାଥିଲେ ଅସ୍ତରଙ୍ଗ ବ୍ଲକ ସରିପୁର ପଞ୍ଚାୟତ ମୁଦୁଗଲ ଗ୍ରାମର ସେତେବେଳର ଉଚ୍ଚ ଶିକ୍ଷିତ ନିରଞ୍ଜନ ଦୀକ୍ଷିତ। ହସ ଖୁସିର ସଂସାର ରେ ଘୋଟି ଆସିଲା କଳା ବାଦଲ କାକଟପୁର ରୁ ତାଙ୍କ ଜେଜେ ପୁଅ ହୋଇ ମୁଦୁଗଲ ଗ୍ରାମ କୁ ଯାଇଥିଲେ ମୁଦୁଗଲ ଗ୍ରାମରେ ସେ ବଂଶlନୁ କ୍ରମେ ନିଜ ଗ୍ରାମର ସମସ୍ତଙ୍କ ସୁଖ ଓ ଦୁଃଖ ରେ ସାମିଲ ହୋଇ ଏକ ଗ୍ରାମ ବାସୀ ଙ୍କ ପରିଚୟ ଵି ସୃଷ୍ଟି କରିଥିଲେ ହେଲେ ଦୁର୍ଘଟଣା ର ଶିକାର ହୋଇ ହୋଇଗଲେ ଦିବ୍ୟାଙ୍ଗ ହେଲେ ହାରି ନ ଯାଇ ସଙ୍ଘର୍ଷ କରିଥିଲେ କିନ୍ତୁ ଶେଷରେ ରେ ସେଇ ନିୟତିର ଶିକାର ହୋଇ ଅବେଳା ରେ ଆଖିବୁଝିଲେ। ଘଟଣା ଅନୁସାରେ୧. ୧. ୧୯୬୭ ମସିହାରେ ଜନ୍ମ ଗ୍ରହଣ କରିଥିବା ନିରଞ୍ଜନ ଦୀକ୍ଷିତ ବି.କମ ପାସ କରିବା ପରେ ପ୍ରଥମେ ଶିକ୍ଷକତା ଆରମ୍ଭ କରି ନିଜ ଗ୍ରାମ ସିଦ୍ଧେଶ୍ୱର ବିଦ୍ୟାପୀଠ ମୁଦୁଗଲ ରେ ସେକ୍ରେଟାରୀ ଥିଲେ। ସ୍ତ୍ରୀ ଦୁଇ ଝିଅ ଙ୍କ ଭରଣ ପୋଷଣ ପାଇଁ ଉଚ୍ଚ ଚାକିରୀ ପାଇଁ ୧୯୯୬ ମସିହା ରେ ଏକ ଏଣ୍ଟ୍ରାନ୍ସ ଦେବା ପାଇଁ ସ୍କୁଟର ରେ ଭୁବନେଶ୍ୱର ଯାଉଥିବା ସମୟରେ ଗୁଡ଼ିଆ ପୋଖରୀ ନିକଟରେ ଏକ ମଇଁଷି ହଠାତ ରାସ୍ତା କଡ଼ ରୁ ଆସି ତାଙ୍କ ସହିତ ମାଡ଼ ହେବାରୁ ସ୍କୁଟର ସହିତ ସେ ବଡ଼ ଦୁର୍ଘଟଣା ହୋଇଥିଲେ ଯାହା ଫଳରେ ତାଙ୍କର ସ୍ପାଇନାଲ କର୍ଡ ଆଘାତ ପାଇ ଚିପି ହୋଇଯାଇଥିଲା। ସଂଗେ ସଂଗେ ଚିକିତ୍ସା ପାଇଁ କଟକ ର ବଡ଼ ମେଡିକାଲ ରେ ଦେଢ଼ ମାସ କାଳ ପଡ଼ି ରହି ମୁଣ୍ଡ ର ଦୁଇ ପଟରେ କଣା କରାଯାଇ ଦଉଡ଼ି ସାହାଯ୍ୟ ରେ ଦୁଇଟା ଇଟା ଓହଳା ଯାଇ ମୁଣ୍ଡ କୁ ସିଧା କରାଯାଇଥିଲା। ଆସୁ ଆରୋଗ୍ୟ ଲାଭ କରିବା ପରେ ଡାକ୍ତର ଖାନାରୁ ଆସି କିଛି ଦିନ ଘରେ ରହିବା ପରେ ବନ୍ତିଲୋ ର ଏକ ଘରୋଇ ସ୍କୁଲ ରେ ଶିକ୍ଷକତା କରିଥିଲେ ଠିକ ସେହି ସମୟ ରେ ଦେହ ଟିକେ ଅଚଳ ହେବାରୁ ସେଠୁ ଆସି ଭିର୍ନ୍ନ କ୍ଷମ ସାଇକେଲ ରେ ଯାଇ ନିଜ ଗ୍ରାମ ଇଉପି ସ୍କୁଲ ରେ କିଛି ଦିନ କୋଚିଙ୍ଗ ଦେଇଥିଲେ ଓ ପରେ ମୁଦୁଗଲ ବାତ୍ୟା ଆଶ୍ରୟ ସ୍ଥଳୀରେ ରେ ଉଚ୍ଚ ଶ୍ରେଣୀ ପିଲାଙ୍କୁ କୋଚିଙ୍ଗ କରୁଥିଲେ ଓ ତା ମଧ୍ୟରେ କୋରନା ଆସିବାରୁ କୋଚିଙ୍ଗ ବନ୍ଦ ହୋଇଯାଇଥିଲା। ସେହିଦିନ ଠାରୁ ତାଙ୍କ ଦେହର ଅବନତି ଦିନକୁ ବଡି ବଢ଼ି ୨୦୨୪ ମସିହା କାର୍ତ୍ତିକ ପୂର୍ଣ୍ଣିମା ସମୟରେ ତାଙ୍କ ର ଦୁଇଟା ଯାକ କିଡନୀ ଖରାପ ହୋଯାଇଥିଲା ବିଭିନ୍ନ ଆଡେ ଅନେକ ଚିକିତ୍ସା ରେ ବିଫଳ ହେବା ପରେ ସରକାରୀ ସହାୟତା ପାଇଁ ଆଶା ବାନ୍ଧିଥିଲେ ସେ ଆଶା ଆଶାରେ ରହିବା ପରେ କିଛି ଦିନ ଆୟୁର୍ବେଦିକ ଟ୍ରିଟମେଣ୍ଟ ହୋଇ ଥିଲେ କିନ୍ତୁ ହଠାତ ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଟେକ୍ ମେଡିକାଲ ନିଆ ଯାଇଥିଲା ସେଠାରେ ରେ ୧୦ ଦିନି ଆଇସିୟୁ ରେ ରହି ବା ପରେ ଚଳିତ ମାସ ୧୩ ତାରିଖ ରାତ୍ର ୧.୪୦ରେ ସବୁଦିନ ପାଇଁ ଆଖି ବୁଜିଦେଲେ। ତାଙ୍କର ଦୁଇ ଝିଅ ବଡ଼ ଝିଅ ତଟିନୀ ଦୀକ୍ଷିତ ଓ ପପିନୀ ଦୀକ୍ଷିତ ଙ୍କ ଦୁଇ ଜ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ ପରେ ତାଙ୍କ ନିଜ ଘର ମୁଦୁଗଲ ଗ୍ରାମ କୁ ଅଣାଯିବା ପରେ ଜ୍ଞାତି କୁଟୁମ୍ବ ଙ୍କ ସହିତ ଶେଷ ଦର୍ଶନ ପାଇଁ ଛାତ୍ର, ଛାତ୍ରୀ ମାନଙ୍କ ସହିତ ପିଲାଙ୍କ ମୁରବୀ ମାନଙ୍କ ଭିଡ଼ ଶେଷ ଦର୍ଶନ କରିବାକୁ ମିଳିଥିଲା ଶେଷରେ ଗ୍ରାମ ସ୍ମଶାନ ରେ ପୁତୁରା ତାପସ ରଞ୍ଜନ ପଣ୍ଡା ମୁଖାଗ୍ନି ଦେଇଥିଲେ ତାଙ୍କର ଦଶାହ ଏକାଦଶ ସରିଛି ଶତ କିନ୍ତୁ ନିଜ ବନ୍ଧୁ ପରିବାର ଙ୍କ ସହିତ ଗୁମୁରି କାନ୍ଦୁଚି ସାରା ଅଞ୍ଚଳ। ତାଙ୍କ ଶିକ୍ଷା ଦାନ ପାଇ ଯେଉଁମାନେ ଉଚ୍ଚ ପଦବୀରେ ଅଛନ୍ତି ସେମାନେ ଝୁରି ଝୁରି ଆଖିରୁ ଲୁହ ଗଡାଉଛନ୍ତି।
