Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଦିବ୍ୟାଙ୍ଗ ସତ୍ୟବାନ ପାଇଁ ସଂଘର୍ଷ କରୁଛନ୍ତି ଜଣେ ନିଆରା ସାବିତ୍ରୀ 2

କାକଟପୁର, 25/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦିବ୍ୟାଙ୍ଗ ସତ୍ୟବାନ ପାଇଁ ସଂଘର୍ଷ କରୁଛନ୍ତି ଜଣେ ନିଆରା ସାବିତ୍ରୀ
Article Image
କାକଟପୁର ୨୫/୫ ( ତୁଷାର ଦୀକ୍ଷିତ ) -ଆସିଛି ସାବିତ୍ରୀ, ପୁରାଣ ଯୁଗରୁ ଆମ ହିନ୍ଦୁ ଧର୍ମ ର ଅନନ୍ୟ ପରମ୍ପରା ସାବିତ୍ରୀ ବ୍ରତ, ପ୍ରତ୍ୟେକ ହିନ୍ଦୁ ସଧବା ମହିଳା ଏହି ଦିନ ପାରମ୍ପରିକ ବ୍ରତ ପୂଜା କରି ନିଜ ସ୍ୱାମୀ ଙ୍କର ଆୟୁଷ ପାଇଁ ପୂଜା କରନ୍ତି,କିନ୍ତୁ ଆଜି ସମାଜ ରେ ଅନ୍ୟ ଏକ ପ୍ରକାର ସାବିତ୍ରୀ ମଧ୍ୟ ବାହାରି ଛନ୍ତି ଯାହାଙ୍କ ଦୃଶ୍ୟ ଆମେ ଅନେକ ସମୟ ରେ ଦେଖୁଚୁ ଆଉ ଶୁଣୁଛୁ ବି, କିନ୍ତୁ ଆମ ଖବର ରେ ଆଜି ଆମେ ଏଭଳି ଏକ ସାବିତ୍ରୀ ଙ୍କ କଥା କହୁଛୁ ସେ ଜଣେ ନିଆରା ଆଉ ବାସ୍ତବିକ ସାବିତ୍ରୀ, ଆଜି ନିଜେ ନିଜକୁ ନିଜ ସତ୍ୟବାନ ପାଖରେ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଛନ୍ତି, ଜୀବନ ର ବ୍ରତ କେବଳ ଅପାଙ୍ଗ ସ୍ୱାମୀ ଙ୍କ ସେବା, ହରିନାହାନ୍ତି ବରଂ ଭଗବାନ ଙ୍କୁ ସାକ୍ଷୀ ରଖି ଆପଣେଇ ନେଇଛନ୍ତି ଏହି ପୁର୍ଣ୍ୟ କୁ ଅସ୍ତରଙ୍ଗ ବ୍ଲକ ବିଜିପୁର ଗ୍ରାମ ର ପ୍ରମୋଦ ସାହୁ ଆଉ ତାଙ୍କ ପତ୍ନୀ ରମା ସାହୁ, ପ୍ରମୋଦ ଚାଉଳ କଲେକ୍ସନ କରି ବଜାର ରେ ବିକ୍ରି କରନ୍ତି ଆଉ ସେଥିରେ ତାଙ୍କ ଚାରି ପ୍ରାଣୀ କୁଟୁମ୍ବ ଙ୍କ ପ୍ରତିପୋଷଣ କରନ୍ତି, ଘରଟିଏ କରିଛନ୍ତି ଅଧା, ଭବିଷ୍ୟତ ପାଇଁ ନିଜର କୌଣସି ପୁଅ ନାହାନ୍ତି, କେବଳ ଜଣେ ଝିଅ ଯିଏ +୩ ପାସ କରି ଘରେ ମା ଙ୍କୁ ସାହାଯ୍ୟ କରନ୍ତି, ପ୍ରମୋଦ ଙ୍କ ଦୁର୍ଘଟଣା ପରେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ, ରୋଜଗାର କିଛି ନାହିଁ, ଝିଅ ବାହାଘର ପାଇଁ ଯାହା ସଞ୍ଚୟ କରିଥିଲେ ସବୁ ମେଡିକାଲ ରେ ଖର୍ଚ୍ଚ, ମାତ୍ର ଅସ୍ତରଙ୍ଗ ର ପ୍ରଜ୍ଞା ଫିଜିଓଥେରାପି ଏହି ଦୁଃଖ ସମୟ ରେ ତାଙ୍କୁ ବଢ଼ାଇଛି ସାହାଯ୍ୟ ର ହାତ, ଡାକ୍ତର ଆସି କରୁଛନ୍ତି ଚିକିତ୍ସା ମାତ୍ର ହସ୍ପିଟାଲ ଖର୍ଚ୍ଚ ପାଇଁ ନାହିଁ ପଇସା, ଅର୍ଥ ସାଜିଛି ବାଧକ, ଫିଜିକାଲ ହ୍ୟାଣ୍ଡିକ୍ରାଫ୍ଟ ସାର୍ଟିଫିକେଟ ୮୦% ପାଇଲା ପରେ ବ୍ଲକ ପ୍ରଶାସନ ତରଫରୁ ଏଯାଏ ତାଙ୍କୁ କୌଣସି ଭତ୍ତା ମିଳିନି lଏହି ସାବିତ୍ରୀ ସମୟ ରେ ଆଜି ଅନେକ ସାବିତ୍ରୀ ନୂଆ ଶାଢ଼ୀ, ଶଙ୍ଖା ଚୁଡ଼ି ପିନ୍ଧି ବ୍ରତ କରି ଅନେକ ଖୁସି ହେଉଥିବା ବେଳେ ଏହି ଅସହାୟ ସାବିତ୍ରୀ ରମା ସାହୁ ଦାଣ୍ଡ ଦୁଆରେ ବସି ନିଜ ଆଖିରେ ଲୁହ ଝରାଉ ଛନ୍ତି, ଚାଉଳ ଗଣ୍ଡେ କିଣିବାକୁ ନାହିଁ ପଇସା, ଆହାର ତ ଦୂରର କଥା ସାବିତ୍ରୀ ରେ ଖଣ୍ଡେ ଶାଢ଼ୀ ନୁହେଁ ବରଂ ଶାଢ଼ୀ ଦାମ ର ପଇସା ଟିଏ ମିଳିଲେ ହୁଏତ ସ୍ୱାମୀ ଙ୍କ ପାଇଁ କିଛି ଔଷଧ କିଣି ପାରିବେ, ଏହି ସ୍ବପ୍ନ ରେ ଦିନ କାଟୁଛନ୍ତି ରମା ସାହୁ,ହଁ ଆଜ୍ଞା କାହାକୁ ଖରାପ ଇଙ୍ଗିତ କରିବା ଆମ ଉଦ୍ଧେଶ୍ୟ ନୁହେଁ ବରଂ ଆଜିର ସମାଜ ରେ ଜଣେ ନିଆରା ଆଉ ପ୍ରକୃତ ସାବିତ୍ରୀ ଙ୍କ କାହାଣୀ ଆପଣଙ୍କ ସାମ୍ନା କୁ ଆଣିବାକୁ କରିଛୁ ଗୋଟେ ଛୋଟ ପ୍ରୟାସ, ଖବର ପ୍ରସାରଣ ପରେ କିପରି ଜିଲ୍ଲା ହେଉ କି ସ୍ଥାନୀୟ ପ୍ରଶାସନ ଏହି ଦୁଃଖିନୀ ସାବିତ୍ରୀ ରମା ସାହୁ ଙ୍କୁ କିପରି ସାହାଯ୍ୟ ର ହାତ ବଢ଼ାଉଛି ତାହା ଦେଖିବାକୁ କେବଳ ବାକି ରହିଲା l
Article Image