Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 28/04/2025, ବିକ୍ରମ ଓଡ଼ିଶା ନିୟୁଜ: ତୁଷାର କାନ୍ତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟପଞ୍ଚସଖା କୁ ହରାଇ କାକଟପୁର ସେମିରେ

କାକଟପୁର 28/4( ତୁଷାର ଦୀକ୍ଷିତ ) କାକଟପୁର ପଛ ପଡିଆ ମିନି ଷ୍ଟାଡିଅମ ଠାରେ ଚାଲିଥିବା ଦ୍ୱିତୀୟ ବାର୍ଷିକୀ ତୁଷାର କାନ୍ତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ କ୍ଵାଟର ଫାଇନାଲ ମ୍ୟାଚରେ ପଞ୍ଚସଖା କ୍ରିକେଟ କ୍ଳବ ସାକ୍ଷୀଗୋପାଳ କୁ ହରାଇ କାକଟପୁର ମଙ୍ଗଳା କ୍ରିକେଟ ଏକାଡେମୀ ସେମି ରେ ପ୍ରବେଶ କରିଛି l ପ୍ରଥମେ ଟଚ ଜିତି ମଙ୍ଗଳା କ୍ରିକେଟ ଏକାଡେମୀ ନିର୍ଦ୍ଧାରିତ (20) ଓଭର ରେ (7) ଉଇକେଟ ହରାଇ (181) ରନ ସଂଗ୍ରହ କରିଥିଲା l (182) ରନ ର ବିଜୟ ଲକ୍ଷ ନେଇ ପଞ୍ଚଶଖା କ୍ରିକେଟ କ୍ଳବ ମାତ୍ର (16) ଓଭର ରେ ସମସ୍ତ ଉଇକେଟ ହରାଇ (94) ରନ ସଂଗ୍ରହ କରି ପରାସ୍ତ ହୋଇଥିଲା l ମଙ୍ଗଳା ଏକାଡେମୀ ର ରମେଶ ମହାନ୍ତି ଙ୍କୁ ମ୍ୟାନ ଅଫ ମ୍ୟାଚ ପୁରସ୍କାର ମିଳିଥିଲା l ଖେଳ ପରିଚାଳନା କରିଥିଲେ ରମେଶ ପ୍ରଧାନ ଓ ତ୍ରିଭୁବନ ଦାଶ l ଅତିଥି ଭାବେ ପ୍ରକାଶ ଦାଶ, ସ୍ବର୍ଗତ ତୁଷାର କାନ୍ତି ମହାନ୍ତି ଙ୍କ ସୁ ପୁତ୍ର ଅମ୍ଲାନ ଅରବିନ୍ଦ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ l ଆୟୋଜିତ କ୍ଳବ ପକ୍ଷରୁ ଅଭିଷେକ, ଅରିନ, ଲୁଡ଼ୁ, ଡେଭିଡ, ବବୁଲ, ଜଗନ, ଚନ୍ଦନ, ପବିତ୍ର, ସ୍ମୃତି ଓ ସୂର୍ଯ୍ୟକାନ୍ତ ସହଯୋଗ କରିଥିଲେ l ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ଚନ୍ଦନପୁର ଉଗ୍ରତାରା କ୍ରିକେଟ କ୍ଳବ ଓ ପାଇନିୟର ସ୍ପୋଟିଂ ପୁରୀ ମଧ୍ୟରେ ହେବ ବୋଲି ଆୟୋଜକ କ୍ଳବ ର ମାଷ୍ଟର ଟୁଲୁ, ସୂବେନ୍ଧୁ ସେନାପତି, ପିକୁଲା ନାୟକ ପ୍ରକାଶ କରିଛନ୍ତି l