Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 26/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାଇରଙ୍ଗପୁର ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ : ରାଇରଙ୍ଗପୁର ପୌରପାଳିକା ବସ୍ ଷ୍ଟାଣ୍ଡସ୍ଥିତ ଘରୋଇ ବସ୍ ମାଲିକ ସଂଘର କାର୍ଯ୍ଯାଳୟରେ ସଭାପତି ତପନ କୁମାର ପରିଡାଙ୍କ ସଭାପତିତ୍ବରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସଂଘର ସଦସ୍ଯ ସଦସ୍ଯାମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା ହୋଇଥିଲା l ବିଭିନ୍ନ ବସର ସମୟ ସାରଣୀ ସମସ୍ଯା ସହ ତାର ସମାଧାନର ସୂତ୍ରପାତ ବାହାରିଥିଲା l ସୂଚନାଯୋଗ୍ଯ ଯେ, ଅନ୍ଯତମ ସଂଘ ବାମନଘାଟୀ ବସ ସିଣ୍ଡିକେଟର ୪ଜଣ ଆଗଧାଡିର ମାଲିକ ଏବଂ କର୍ମଚାରୀ ଯଥା ୧ ବୀର କିଶୋର ମହାପାତ୍ର , ୨ ବାବୁଲାଲ ମୋଦକ, ୩ ସୁନୀଲ ଗିରି ଓ ୪ ଅରୁଣ ପ୍ରସାଦଙ୍କୁ ଘର ବାହୁଡା କରାଯାଇଥିଲା l ସେମାନଙ୍କୁ ସଂଘ ତରଫରୁ ସମ୍ଭନ୍ଧନା ଦିଆଯାଇଥିଲା l ସମ୍ପାଦକ ଅନୂପ କୁମାର ମହାନ୍ତିଙ୍କ ସମେତ ବହୁ କାର୍ଯ୍ଯକର୍ତ୍ତା ଓ ସଦସ୍ଯ ବୈଠକରେ ଯୋଗ ଦେଇଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ