Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସଂକଟମୋଚନ ହନୁମାନ ମନ୍ଦିର ପରିସରରେ ଶିନି ବାବାଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା 2

ରାଇରଙ୍ଗପୁର, 26/05/2025, ବିକ୍ରମ ଓଡ଼ିଶା ନିୟୁଜ: : ସଂକଟମୋଚନ ହନୁମାନ ମନ୍ଦିର ପରିସରରେ ଶିନି ବାବାଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅଧିନସ୍ତ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ କୁଚେଇବୁଢୀରେ ବିରାଜମାନ ସଂକଟମୋଚନ ହନୁମାନ ମନ୍ଦିର ପରିସର ଶନି ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଭ କରିଅଛନ୍ତି l ଗତ ୨୫ ତାରିଖ ୨୫ ଗୋଟି ଘଟରେ ମହିଳାମାନେ ସ୍ଥାନୀୟ ବଡବନ୍ଧ ଠାରେ ପ୍ରଭୁଙ୍କର ପୂଜାର୍ଚ୍ଚନା ପରେ ଘଟ ଉତ୍ତୋଳନ କରାଯାଇ ଜଳ ଅଣାଯାଇ ଯଥାବିଧି ପୂଜାକର୍ମକାଣ୍ଡ ଆରମ୍ଭ ହୋଇଥିଲା l ତାପରେ ଯଥା ବିଧି ପୂଜାକାର୍ଯ୍ଯ ପରେ ହୋମ ଯଜ୍ଞ ହୋଇଥିଲା l ୨୬ ତାରିଖ ବାବାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ପୁରୀ, ବୁଦିଆ ଓ ତରକାରୀ ଭୋଗ ଚଢା ଯାଇ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା l ଆସନ୍ତାକାଲି ୨୭ ତାରିଖ ପୂର୍ଣ୍ଣାହୁତି କରାଗଲା ପରେ ଅନ୍ନପ୍ରସାଦ ବଣ୍ଟନ କରାଯିବ l ଶନିବାବାଙ୍କ ଯଥା ନୀତି କ୍ରାନ୍ତି ସମାପନ ପରେ ପୂଜାକର୍ମାଣି ଚାଲୁ ରହିବ ବୋଲି ମନ୍ଦିର ପ୍ରତିଷ୍ଠାତା ଛବିନ୍ଦ୍ର ମୋଦକ ସୂଚନା ଦେଇଛନ୍ତି l ଏଥିସହିତ ସମସ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ ହେଉ ବୋଲି ପ୍ରଭୁଙ୍କ ଠାରେ ବିନମ୍ର ପ୍ରାର୍ଥନା ଜଣାଇଥିଲେ l ଉକ୍ତ ଧାର୍ମିକ ବାତାବରଣରେ ସୁଦୂର ଟାଟା ତଥା ସ୍ଥାନୀୟ ପଣ୍ଡିତଗଣ ଯଥା ଋଷିକେଶ ମିଶ୍ର, ଦିନେଶ ଭରଦ୍ବାଜ ଓ ମୁକେଶ ଦ୍ବିବେଦୀଙ୍କ ସହିତ ଶନି ମନ୍ଦିରର ମୁଖ୍ଯ ପୂଜକ ରାଜେଶ ଜ୍ଯୋତିଷିଙ୍କ ସୁଲଳିତ ବେଦମନ୍ତ୍ର ଓ ଶାସ୍ତ୍ର ଧ୍ବନିରେ ସଂକଟମୋଚନ ହନୁମାନ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା l ଏଥିରେ ରାଇରଙ୍ଗପୁର ସହରର ଅଧିବାସୀ,ବୁଦ୍ଧିଜିବୀ, ବ୍ରାହ୍ମଣ ସମାଜ ଓ ପ୍ରତିଷ୍ଠିତ ଲୋକେ ସାହାଯ୍ଯ କରିଥିଲା ବେଳେ ତରୁଣ ନନ୍ଦ, ଈଶ୍ବର ପ୍ରହରାଜ, ସୁଶାନ୍ତ ଶର୍ମା, ରାମଚନ୍ଦ୍ର ଦତ୍ତ, ଟୁନା ପାଣି, ଗଣେଶ ବେହେରା, ଶ୍ଯାମଳେନ୍ଦୁ ପରିଡା ଓ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ l ଉକ୍ତ ଭବ୍ଯ ଆଧ୍ଯାତ୍ମିକ ପରିବେଶରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ଶନିବାବାଙ୍କ କୁପାଲାଭ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image
Article Image
Article Image