Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ 97ତମ ଜୟନ୍ତୀ ମହାସମାରୋହ ରେ ପାଳିତ ) 4

ଜଗତସିଂହପୁର , 26/05/2025, ବିକ୍ରମ ଓଡ଼ିଶା ନିୟୁଜ: (ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ 97ତମ ଜୟନ୍ତୀ ମହାସମାରୋହ ରେ ପାଳିତ )ଜଗତସିଂହପୁର
Article Image
ତା 26/5/25ନବରସର ନାୟକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସ୍ମୁତି ପରିଷଦ ପକ୍ଷରୁ 97ତମ ଜୟନ୍ତୀ ଜନ୍ମ ମାଟି ସମଙ୍ଗ ଜେନାସାହି ଠାରେ ମହାସମାରୋହରେ ପାଳିତ ହୋଇଯାଇଛି | ସ୍ମୁତି ପରିଷଦ ଉପଦେଷ୍ଟା ସୁରେଶ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ବଳନ କରି ନାଟ୍ୟ ଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ସ୍ମୁତି ପରିଷଦ ଉପ ସଭାପତି ଅଶୋକ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ତପନ କୁମାର ରାଉତରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ |ମୁଖ୍ୟ ବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅବସର ପ୍ରାପ୍ତ ଉପ ନିର୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି | ସଂମ୍ମାନିତ ଅତିଥିଭାବେ ରଘୁନାଥପୁର ବ୍ଲକ ପୂର୍ବତନ ଅଧକ୍ଷ ରଜତ କୁମାର ପାତ୍ର | ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ | ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ | ପୌର ପରିଷଦ ଅଧକ୍ଷା ଅର୍ଚନା ସିଂ | ସରପଞ୍ଚ ମିନତୀ ଜେନା | ସମିତି ସଭ୍ୟ ଦୀପକ ସ୍ୱାଇଁ ପ୍ରମୁଖ ଯୋଗଦେଇ ନାଟ୍ୟଶ୍ରୀ ଆର୍ତ୍ତାବନ୍ଧୁ ରାଉତରାୟ ଙ୍କ ନିଖୁଣ ଅଭିନୟ ଓ ନାଟ୍ୟ ଜଗତ ପ୍ରତି ଅବଦାନ ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ଏହା ପରେ ଯାତ୍ରା ଜଗତ ପ୍ରତି ଥିବା ଅବଦାନ ପାଇଁ ନାଟ୍ୟକାର କୈଳାସ ମଲ୍ଲିକ | ନାଟ୍ୟ ନିର୍ଦେଶକ ବିନୋଦ ରାଉତ | ଖଳନାୟକ କାହ୍ନା | ଶ୍ରେଷ୍ଠ ଅଭିନେତା ବ୍ରଜ ବିହାରୀ ନାୟକ ପ୍ରମୁଖ ଙ୍କୁ ମୁଖ୍ୟ ଅତିଥି ମାନପତ୍ର, ସ୍ମୁତି ଫଳକ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଶେଷରେ ଉପ ସଭାପତି ସରୋଜ କୁମାର ଦିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ |ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ