Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 26/05/2025, ବିକ୍ରମ ଓଡ଼ିଶା ନିୟୁଜ: ମେସିନ କରୁଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାମ
ତିର୍ତ୍ତୋଲ-୨୬/୫(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ପିପ୍ପଳମାଧବ ଗ୍ରାମ ପଂଚାୟତ ରେ ମହମ୍ମଦାବାଦ ଗ୍ରାମ ଟୁବି ପୋଖରୀ ବିନା ସୂଚନା ଫଳକ ରେ ମେଶିନ ରେ କରାଯାଇଥିବା ନେଇ ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି।ଏହାଦ୍ୱାରା ଜବ କାର୍ଡ ଧାରୀ ନିଯୁକ୍ତି ସୁଯୋଗ ପାଇ ନାହାନ୍ତି।ପଂଚାୟତ ପିଇଓ, ଜିଆରଏସ, ଏହା ଅଲଗା ସ୍କିମ ର କାର୍ଯ୍ୟ କହୁଥିବା ବେଳେ ବିନା ସୂଚନା ଫଳକରେ କାମ ହେବା ଉଭୟ ଙ୍କ ସଲାସୁତରାରେ ଏଭଳି କାର୍ଯ୍ୟ ପଂଚାୟତ ସାରା ହେଉଥିବା ନେଇ ତ୍ରିପତି ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।ଉଚ୍ଚ କତ୍ତୃପକ୍ଷ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।(ନେଟରେ ଫୋଟୋ)