Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ରାଇରଙ୍ଗପୁରରେ ସାବିତ୍ରୀବ୍ରତ ପାଇଁ ମନ୍ଦିରମାନଙ୍କରେ ଗହଳି 2

ରାଇରଙ୍ଗପୁର, 27/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାଇରଙ୍ଗପୁରରେ ସାବିତ୍ରୀବ୍ରତ ପାଇଁ ମନ୍ଦିରମାନଙ୍କରେ ଗହଳି ଆଜି ପବିତ୍ର ସାବିତ୍ରୀ ଅମାବାସ୍ଯା l ସଧବା ନାରୀ ନିଜ ସ୍ବାମୀର ଜୀବନ ଦୀର୍ଘଜିବୀ ପାଇଁ ପ୍ରଭୁଙ୍କ ଠାରେ ଗୁହାରି କରିବା ପାଇଁ ପୂଜା କରାଯାଇଥାଏ l ଅତୀତରେ ସାବିତ୍ରୀ ନିଜ ସ୍ବାମୀ ସତ୍ଯବାନର ଜୀବନ ରକ୍ଷା କରିବା ପାଇଁ ଯମରାଜା ପାଖକୁ ଯାଇ ନିଜ ଶଙ୍ଖା ସିନ୍ଦୁରକୁ ବଞ୍ଚାଇବା ପାଇଁ ତାଙ୍କ ସହିତ ଯୁକ୍ତି କରିଥିଲେ l ଶେଷରେ ସତ୍ଯବାନର ଜୀବନ ରକ୍ଷା କରିଥିଲେ l ଏହା ଅତ୍ଯନ୍ତ ହୁଦୟସ୍ପଶୀ ଘଟଣାଥିଲା l ଆଜି ଏହି ମହାନ ପର୍ବ ସାରା ଓଡିଶାରେ ପାଳନ କରୁଥିବା ସହିତ ମୟୂରଭଞ୍ଜର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ରେ ମହିଳାମାନେ ବେଶ ଉତ୍ସାହସହିତ ପାଳନ କରିଥିଲେ l ହାତରେ ନାନାପ୍ରକାର ଫଳ ସହ ନୂତନ ଶାଢୀ ସାଙ୍ଗରେ ପ୍ରଭୁଙ୍କ ଠାରେ ସମର୍ପଣ କରିବା ପରେ ଘରକୁ ଯାଇ ନିଜ ସ୍ବାମୀ ଠାରୁ ଜଳ ପିଇବା ପରେ ବ୍ରତ ଭାଙ୍ଗିଥିଲେ l ଏଥିସହିତ ଘରେ ପୁରାଣ ସାବିତ୍ରୀ ସତ୍ଯବାନ କଥା ପଢିଥିଲେ l ଫଳ ଦୋକାନୀମାନଙ୍କର ଦର ଯେତେ ହେଲେ ହେଁ ନିଜ ସ୍ବାମୀ ଆଣିଥିବା ଫଳରେ ସ୍ତ୍ରୀ ଆନନ୍ଦ ଅନୁଭବ କରିଥିଲେ l ଏହାହିଁ ସେମାନଙ୍କ ମଧ୍ଯରେ ପ୍ରେମ l ବାସ୍ତବିକ ଏହି ପର୍ବ ହେବା ଦ୍ବାରା ସାବିତ୍ରୀ ଓ ସତ୍ଯବାନଙ୍କ ମଧ୍ଯରେ ଭାବ ଅନାବିଳ ହୋଇଥାଏ l ଜଣେ ଆଉ ଜଣକର ଦୁଃଖ ବୁଝିଥାଏ l ରାଇରଙ୍ଗପୁର ସହରର ମନ୍ଦିରମାନଙ୍କରେ ସାବିତ୍ରୀମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା l ଯାହା ହିନ୍ଦୁ ସଂସ୍କୁତି ଅନ୍ଯତମ ବୈଶିଷ୍ଯ ମନେ ହୁଏ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image