Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପୋଲିସ ଅଧିକାରୀ ଙ୍କ ନା ରେ ନକଲି ଆଇଡି କରି ଠକିବାକୁ ଉଦ୍ୟମ ସାଇବର ଲୁଟେରା 2

କାକଟପୁର, 27/05/2025, ବିକ୍ରମ ଓଡ଼ିଶା ନିୟୁଜ: ପୋଲିସ ଅଧିକାରୀ ଙ୍କ ନା ରେ ନକଲି ଆଇଡି କରି ଠକିବାକୁ ଉଦ୍ୟମସାଇବର ଲୁଟେରା
Article Image
କାକଟପୁର 27/5 ( ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ କାକଟପୁର ଅଞ୍ଚଳ ରେ ଆଜି ଏକ ଘଟଣା ପୂରା ଚାଞ୍ଚଲ୍ୟ ସୃଷ୍ଟି କରିଛି, ଜଣେ ଦକ୍ଷ ସଚ୍ଚୋଟ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ଫୋଟୋ ଆଉ ନା କୁ ନେଇ ଫେକ୍ ଆଇଡି ବନାଇ ସାଇବର ଅପରାଧୀ କିଛି ସାଧାରଣ ଲୋକଙ୍କୁ ଠକିବାକୁ କରିଛନ୍ତି ଉଦ୍ୟମ, କାକଟପୁର ଥାନା ର ପୂର୍ବତନ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ଭଞ୍ଜ ଯିଏକି ବର୍ତ୍ତମାନ ପୁରୀ ଜିଲ୍ଲା ସଦର ଡିଏସପି ଅଛନ୍ତି ତାଙ୍କ ନାମ ରେ ଫେସବୁକ ମେସେଞ୍ଜର ରୁ ଅସ୍ତରଙ୍ଗ ଅଞ୍ଚଳ ର ଜଣେ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା (ବାବୁଲି ବେହେରା )ଙ୍କୁ ଇଂରାଜୀ ଭାଷା ରେ କିଛି ମେସେଜ ଆସିଲା, ମେସେଜ ଡିପି ରେ ରବିନାରାୟଣ ଭଞ୍ଜ ଙ୍କ ଫୋଟୋ ରହିଛି ଓ ତାଙ୍କ ନାମରେ ମଧ୍ୟ ଆଇଡି, ସେଥିରେ ପ୍ରକାଶ ବେହେରା ଙ୍କ ଫୋନ ନମ୍ବର ମଗାଗଲା ଆଉ କୁହାଗଲା ଜେ "ମୋର ଜଣେ ବନ୍ଧୁ ସିଆରପିଏଫ ଯବାନ ଙ୍କର ବଦଳି ହୋଇଛି ତାଙ୍କ ଫର୍ନିଚର ସାମଗ୍ରୀ ସେ କମ ପଇସା ରେ ତମକୁ ଦେଇଦେବେ ଆଉ ସେ ତୁମକୁ କଲ କରିବା ସହ ହ୍ୱାଟ୍ସଅପ ରେ ସାମଗ୍ରୀ ଫୋଟୋ ଦେବେ, କିଛି ସମୟ ପରେ ଶ୍ରୀଯୁକ୍ତ ବେହେରାଙ୍କୁ' ଏକ ଅଜଣା ନମ୍ବର ରୁ ହ୍ୱାଟ୍ସଅପ ରୁ କଲ୍ ଆସିବା ସହ ଫର୍ନିଚାର ସାମଗ୍ରୀ ର ଫୋଟୋ ଛଡାଯାଇଛି ଆଉ ଏହାର ମୂଲ୍ୟ ୬୦ ହଜାର ଟଙ୍କା ବୋଲି କୁହାଯାଇଛି ଆଉ ଏହାକୁ ନେଇଯିବାକୁ ଅନୁରୋଧ କରାଯାଇଛି, ଏହି ଘଟଣା ଘଟିବା ପରେ ଅସ୍ତରଙ୍ଗ କାକଟପୁର ଅଞ୍ଚଳ ରେ ଏକ ବିସ୍ମୟ ରୂପକ ପରିସ୍ଥିତି ସୃଷ୍ଟି ହୋଇଛି, ଏହି ଘଟଣା କେବଳ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ନୁହେଁ ବରଂ କାକଟପୁର ଅଞ୍ଚଳ ର ଜଣେ ଦକ୍ଷ ବରିଷ୍ଠ ସାମ୍ବାଦିକ ଙ୍କ ସହିତ ମଧ୍ୟ ସମାନ ଧାରା ରେ ଘଟିଛି, ଏହି ଭଳି ସାଇବର ଲୁଟେରା ଙ୍କୁ ତୁରନ୍ତ ଧରି ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବୀ ହୋଇଥିବା ବେଳେ ଅନ୍ୟ ପଟେ ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ଭଞ୍ଜ ଏହାର ତଦନ୍ତ କରି ତୁରନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ମତାମତ ଦେଇଛନ୍ତି l
Article Image