ଯାଜପୁର, 27/05/2025, ବିକ୍ରମ ଓଡ଼ିଶା ନିୟୁଜ: ଯାଜପୁର: ଗ୍ୟାସ ଟ୍ୟାଙ୍କି ଫାଟି ଜଳିଗଲା ଘର, ୪ ଛେଳି ଜୀବନ୍ତ ଦଗ୍ଧ। ଏହି ଭୟଙ୍କର ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଉଳମାଳ ପଞ୍ଚାୟାତର ବରମୁଣ୍ଡୁଲି ଗ୍ରାମରେ। ଗ୍ରାମର ଚାନ୍ଦିଆ ମଳିକଙ୍କ ରୋଷେଇ ଘରେ ଗ୍ୟାସ ଟ୍ୟାଙ୍କି ଫାଟି ଘଟିଛି ଦୁର୍ଘଟଣା । ସୂଚନା ଅନୁସାରେ, ରୋଷେଇ ସମୟରେ ଗ୍ୟାସ ଟ୍ୟାଙ୍କି ଲିକେଜ୍ ହୋଇଥିଲା। ଆଉ ରୋଷେଇ ଚାଲିଥିବାରୁ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା। ଫଳରେ ରୋଷେଇ ଘର ସମେତ ତିନି ବଖରା ଘର ଏବଂ ଗୁହାଳ ଘରେ ମଧ୍ୟ ନିଆଁ ଲାଗିଥିଲା । କେହି ସଦସ୍ୟ ଆହତ ହୋଇନଥିଲେ ବି ଗୁହାଳରେ ଥିବା ଚାରୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିଭଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।