Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 25/04/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ରେ ଶିକ୍ଷକ ଙ୍କ ତାଲିମ ଶିବିରରେ ଅବହେଳାନିମ୍ନମାନର ଖାଦ୍ୟ ସହିତ ଟିଫିନ୍ ବି ଦିଆଯାଉନି।

ତିର୍ତ୍ତୋଲ-୨୫/୪-(ରିପୋର୍ଟ-ଟୁକନ ସେଠୀ)ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ଦ୍ବାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତାଲିମ ଶିବିରରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଏକଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଲକ୍ଷ ପଚାସ ହଜାର ରୁ ଉର୍ଦ୍ଧ୍ଵ ଟଙ୍କା ଟିଫିନ୍ ଓ ମଧ୍ୟାହ୍ନ ଭୋଜନ ଏବଂ ତାଲିମ ସମ୍ପର୍କିତ ଖର୍ଚ କରିବା ପାଇଁ ବ୍ୟୟବରାଦ ହୋଇଛି। ଏହି ଟଙ୍କା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ ଙ୍କ ଆକାଉଣ୍ଟ କୁ ପଠାଯିବା ସହିତ ତାଙ୍କ ଦ୍ଵାଇତ୍ବରେ ଏହି ତାଲିମ ଶିବିରଟି ସଠିକ୍ ଭାବେ ପରିଚାଳନା କରିବା ପାଇଁ ମଣ୍ଡଳ ଶିକ୍ଷା ଅଧିକାରୀ ଅକ୍ଷୟ କୁମାର ବେହେରା ଦ୍ବାଇତ୍ୱ ଦେଇଥିବା ସୂଚନା ମିଳିଛି। ସେ ଅନେକ ସମୟରେ ଅନୁପସ୍ଥିତ ରହିବା ସହିତ ଆବଶ୍ୟକ ଖର୍ଚ ପାଇଁ ଅର୍ଥ ଦେଉନଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଭିଯୋଗ କରିଛନ୍ତି। ଯାହା ଫଳରେ ତାଲିମ ନେଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଟିଫିନ୍ ଓ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେଉଥିବା ଜଣାପଡିଛି।ଚା' ବିସ୍କୁଟ ସହିତ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଓ ତାହା ଫୁଣି ସଠିକ୍ ଭାବେ ରନ୍ଧା ଯାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଭିଯୋଗ କରିଛନ୍ତି।ଏମିତିକି ଜଣେ ବୟସ୍କ ବ୍ୟକ୍ତି ମଧ୍ୟାନ୍ନ ରେ ଖାଇବା ପାଇଁ କିଛି ଆଜି ହୋଇନଥିବାରୁ ଭୋକ ବିକଳରେ କି ଅବ୍ୟସ୍ଥା ବୋଲି କହୁଥିବା ଶୁଣିବାକୁ ମିଳିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ଙ୍କ ଟଙ୍କା କୁ ଆତ୍ମସାତ କରୁଥିବା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ ଙ୍କ ଏଭଳି କାର୍ଯ୍ୟ କଳାପ ପାଇଁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉ ନାହଁ। ଏହାର ତଦନ୍ତ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦାବି କରିଛନ୍ତି।(ନେଟରେ ଫୋଟୋ)