Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତ୍ତୋଲରେ ଶିକ୍ଷକଙ୍କ ତାଲିମ ଶିବିରରେ ଅବବ୍ୟସ୍ତା* *ଦାୟିତ୍ୱରେ ଥିବା ଶିକ୍ଷା ଅଧିକାରିଣୀଙ୍କୁ ସୁରକ୍ଷା ଦେଲେ ଓ ଟଙ୍କାବାଣ୍ଟିଲେ ମଣ୍ଡପ ପରିଚାଳକ 1

ଜଗତସିଂହପୁର , 28/04/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲରେ ଶିକ୍ଷକଙ୍କ ତାଲିମ ଶିବିରରେ ଅବବ୍ୟସ୍ତା
Article Image
ଦାୟିତ୍ୱରେ ଥିବା ଶିକ୍ଷା ଅଧିକାରିଣୀଙ୍କୁ ସୁରକ୍ଷା ଦେଲେ ଓ ଟଙ୍କାବାଣ୍ଟିଲେ ମଣ୍ଡପ ପରିଚାଳକ
Article Image
ଜଗତସିଂହପୁର ୨୮/୦୪/୨୦୨୫ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମଣ୍ଡଳ ଶିକ୍ଷା‌ ଅଧିକାରୀଙ୍କ ଦ୍ବାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ତାଲିମ ଶିବିରରେ ଅବହେଳା କରାଯାଉଥିବା ନେଇ ମଣ୍ଡଳ ଶିକ୍ଷା‌ ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଘେରିବା ସହିତ ତାଲିମ ଶିବିରରେ ହଟ୍ଟଗୋଳ କରିଥିଲେ। ସକାଳୁ ତାଲିମ ଶିବିର ଆରମ୍ଭ ହୋଇଥିବା ବେଳେ ଦାୟୀତ୍ବରେ ଥିବା ମଣ୍ଡଳ ଶିକ୍ଷା‌ ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ ଦେଖା ମିଳୁନଥିବା ବେଳେ ସେଠାରେ କୈାଣସି ପାନୀୟଜଳ ସହିତ ଓଆରଏସର ମଧ୍ୟ ବ୍ୟବସ୍ଥା କରିନଥିଲେ। ଯାହା ଫଳରେ ଶଙ୍ଖେଶ୍ଵର ଅଞ୍ଚଳର ଶିକ୍ଷୟିତ୍ରୀ ମଧୁସ୍ମିତା ଓଝା ନାମକ ଶିକ୍ଷୟିତ୍ରୀ ମୁଣ୍ଡବୁଲାଇବା ଯୋଗୁଁ ତଳେ ପଡି ଯାଇଥିଲେ। ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେ ସୁସ୍ଥ ହୋଇଥିଲେ। ମେଡିକାଲକୁ ମଧ୍ୟ ବିଷ୍ଣୁପ୍ରିୟା ଦେବୀ ଯାଇନଥିବା ଦେଖିବାକୁ ମିଳିଥିଲା।ଖାଲି ସେତିକି ନୁହେଁ ଅଭିଯୋଗ ଅନୁଯାୟୀ ଏକଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଏକ ଲକ୍ଷ ପଚାସ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଟିଫିନ ଓ ମଧ୍ୟାହ୍ନ ଭୋଜନ ଏବଂ ତାଲିମ ସମ୍ପର୍କିତ ଖର୍ଚ୍ଚ କରିବା ପାଇଁ ବ୍ୟୟବରାଦ ହୋଇଛି। ଏହି ଟଙ୍କା ଅତିରିକ୍ତ ମଣ୍ଡଳ ଶିକ୍ଷା‌ ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀଙ୍କ ଆକାଉଣ୍ଟକୁ ପଠାଯିବା ସହିତ ତାଙ୍କ ଦାଇତ୍ବରେ ଏହି ତାଲିମ ଶିବିରଟି ସଠିକ ଭାବେ ପରିଚାଳନା କରିବା ପାଇଁ ତିର୍ତ୍ତୋଲ ମଣ୍ଡଳ ଶିକ୍ଷା‌ ଅଧିକାରୀ ଅକ୍ଷୟ କୁମାର ବେହେରା ଦାଇତ୍ୱ ଦେଇଥିଲେ। କିନ୍ତୁ ସେ ସମସ୍ତ ଅର୍ଥକୁ ଖର୍ଚ୍ଚ ନ କରି ନିଜେ ଆତ୍ମସାତ କରୁଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଲିମ ଶିବିରରେ ତାଙ୍କୁ ଆସିବା ଦେଖି ଘେରିବା ସହିତ ହଟ୍ଟଗୋଳ ମଧ୍ୟ କରିଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ତାଲିମ ଶିବିରରେ ଅର୍ଥକୁ ଆତ୍ମସାତ କରୁଥିବା ବିଷ୍ଣୁପ୍ରିୟା ଦେବୀଙ୍କୁ କିଏ ସୁରକ୍ଷା ଦେଉଛି ବୋଲି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରଶ୍ନ କରିଛନ୍ତି। ଶିକ୍ଷୟିତ୍ରୀମାନେ ଟିଫିନ ଓ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଥଲେ। ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଖାଇବା ପିଇବା ପାଇଁ ଦେଇଥିବା ଟଙ୍କାକୁ ଆତ୍ମସାତ କରୁଥିବା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀଙ୍କ ଏଭଳି କାର୍ଯ୍ୟ କଳାପ ପାଇଁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉ ନାହଁ। ଏହାର ସଠିକ ତଦନ୍ତ କରିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦାବି କରିଛନ୍ତି।ସୂଚନା ମୁତାବକ ଖାଲି ସେତିକି ନୁହେଁ ଦର୍ଶକ ବନ୍ଧୁ ହଟ୍ଟଗୋଳ ହେବାରୁ ଏକ ମଣ୍ଡପର ପରିଚାଳକ ତଥା ନିଜକୁ ଚାରିଆଡେ କାମ୍ବଳ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଛଦ୍ମନାମ 'ଭରତ ଦାଶ' କୁଆଡେ଼ ବିଷ୍ଣୁପ୍ରିୟା ଦେବୀଙ୍କୁ ସୁରକ୍ଷା ଯୋଗାଇବା ସହିତ ତାଲିମ ଶିବିରରେ ଟଙ୍କା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ସେ ଶିକ୍ଷାବିଭାଗର କୈାଣସି ଅଧିକାରୀକି ତଳସ୍ଥରୀୟ କର୍ମଚାରୀ ବି ନୁହଁନ୍ତି, ସେ କାହିଁକି ସେଠି ଟଙ୍କା ବାଣ୍ଟୁଥିଲେ ତାହା ପ୍ରଶ୍ନବାଚୀ। ଶିକ୍ଷା ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ କହିଛନ୍ତି ସିଆରସିସି ତାଙ୍କ ଠାରୁ ଟଙ୍କା ଛଡ଼ାଇ ନେଇଛନ୍ତି।ଯଦି ସିଆରସିସି ଟଙ୍କା ଛଡ଼ାଇ ନେଇଥିଲେ ତେବେ ଶ୍ରୀ ଦାଶ କେଉଁଠୁ ଟଙ୍କା ଆଣି ସେଠି ବାଣ୍ଟିଲେ ବୋଲି ତିର୍ତ୍ତୋଲରେ ଚର୍ଚ୍ଚା ହେଉଛି।ନିଜର ସୁରକ୍ଷା ପାଇଁ ବିଷ୍ଣୁପ୍ରିୟା ତାଙ୍କୁ ସାଥିରେ ରଖିଥିବା ଶୁଣିବାକୁ ମିଳୁଛି।ଏଥି ସହିତ ସିଆରସିସି ଓ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଶ୍ରୀ ଦାଶ ଧମକଚମକ ଦେବା ସହିତ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ସଠିକ ଓ ଉଚ୍ଚସ୍ଥରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି।