Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 27/05/2025, ବିକ୍ରମ ଓଡ଼ିଶା ନିୟୁଜ: ବଲାଙ୍ଗୀରି ରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦ ରେଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l
ଜଗତସିଂହପୁର ୨୭/୫ ବଲାଙ୍ଗୀରି ଜିଲ୍ଲାରେ ଜନୈକ ଠିକାଦାର କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କ ଉପରେ
କରିଥିବା ଆକ୍ରମଣ ପ୍ରତିବାଦରେଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଜିଲ୍ଲା ଶାଖା ସଭାପତି ମନୋଜ କୁମାର ଦାସ ଙ୍କ ନେତୃତ୍ୱ ରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲା ପାଳ ଙ୍କୁ ପ୍ରଦାନ କରାଯାଇଛି lଦିନକୁ ଦିନ ଗଣମାଧ୍ୟମ ର କଣ୍ଠ ରୋଧ କରିବା ନିମନ୍ତେ କେତକ ଆସାଧୁ ବ୍ୟକ୍ତି ଏଭଳି ହୀନ କାର୍ଯ୍ୟକରି ଚାଲି ଛନ୍ତି, ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନି ଲାଗୁ କରିବା ସହିତ ଆକ୍ରମଣ କାରି କୁ ଗିରଫ କରିବା ପାଇଁ ଜଗତସିଂହପୁର ଜିଲ୍ଲା ସଙ୍ଘ ଦୃଢ଼ ଦାବିକରିଛି lଶ୍ରୀବତ୍ସ ପାଢ଼ୀଙ୍କ ରିପୋଟ (ବିକ୍ରମ ଓଡିଶା )