Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମା କୁତାମଚଣ୍ଡୀଙ୍କ ପୀଠରେ ପନ୍ଦର ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ। 2

ନାଉଗାଁ, 27/05/2025, ବିକ୍ରମ ଓଡ଼ିଶା ନିୟୁଜ: ମା କୁତାମଚଣ୍ଡୀଙ୍କ ପୀଠରେ ପନ୍ଦର ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ।
Article Image
ନାଉଗାଁ ୨୭/୦୫/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ କାନୁନଗୋସାହି ଗ୍ରାମର ସର୍ବପୁରାତନ ପିଠ ମା କୁତାମ ଚଣ୍ଡୀଙ୍କ ପବିତ୍ର ପୀଠରେ ଚଳିତ ବର୍ଷ ପନ୍ଦର ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳ ଠାରୁ ଆରମ୍ଭ ହୋଇ ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି l ପ୍ରତ୍ୟହ ବୈଦିକ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ପ୍ରଥମେ ଆଜି ଗ୍ରାମର ମହିଳା ମାନେ ଏକ ବିଶାଳ କଳସ ଶୋଭାଯାତ୍ରା ଘଣ୍ଟ, ବାଜା ଢୋଲ ମହୁରୀ ଓ ନାମ ସଂକୀର୍ତନ ପୁରାତନ ପ୍ରଥା ଅନୁଯାଇ କରଯାଇ ଥିଲେ l ତେବେ ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ବିଶ୍ୱଶାନ୍ତି ମହାଜଜ୍ଞ ରେ ସୂର୍ଯ୍ୟ ପୂଜା, ଗୋପୂଜା, କରାଯିବା ସହିତ ବିଶ୍ୱ ଶାନ୍ତି ପାଇଁ ଘୃତ ଯଜ୍ଞାନୁଷ୍ଠାନ ସହିତ ଅନ୍ନଯଜ୍ଞ କରାଯାଇ ବିଶ୍ୱ ର ମଙ୍ଗଳ ପ୍ରାର୍ଥନା କରାଯାଉ ଥିବାର ଦେଖା ଯାଇଛି l ଅନ୍ୟପଟେ ମା ଙ୍କର ପବିତ୍ର ବିଶ୍ୱାଶାନ୍ତି ମହାଯଜ୍ଞ ଉପଲକ୍ଷେ ସନ୍ଧ୍ୟା ସମୟରେ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହେଉଥିବା ବେଳେ, ଏହାକୁ ଦେଖିବା ପାଇଁ ମା ଙ୍କ ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଥିବା ର ଦେଖା ଯାଇଛି l
Article Image