Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶତାୟୁ ଆଦର୍ଶ ଶିକ୍ଷକ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ଙ୍କ ବିୟୋଗରେ ଶୋକ 2

ତିର୍ତ୍ତୋଲ, 27/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶତାୟୁ ଆଦର୍ଶ ଶିକ୍ଷକ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ଙ୍କ ବିୟୋଗରେ ଶୋକତିର୍ତ୍ତୋଲ-୨୭/୫-(ରିପୋର୍ଟ-ଟୁକନ ସେଠୀ)- ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅବିଭକ୍ତ ବିରିତୋଳ ପଞ୍ଚାୟତ ଗୋପାଳପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଆଦର୍ଶ ସଂସ୍କୃତଶିକ୍ଷକ, ସଅଁରା ବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠାତା ତଥା ସୁବର୍ଣ୍ଣଯୁଗର କର୍ଣ୍ଣଧାର, ବିଦ୍ୱାନ ପଣ୍ତିତ ଓ ଛାତ୍ରବତ୍ସଳ ମହାନ ବ୍ୟକ୍ତିତ୍ଵ ପଣ୍ଡିତ ନଗେନ୍ଦ୍ର କୁମାର ଦାଶ (୧୦୨ ) ଙ୍କର ଗତ ସୋମବାର ରାତ୍ରୀରେ ପରଲୋକ ଗମନ କରିଛନ୍ତି। ତାଙ୍କର ଜ୍ୟେଷ୍ଠ ପୁତ୍ର ଦିଲ୍ଲୀରେ ଇନକମ୍ ଟ୍ୟାକ୍ସ ବିଭାଗ ର ପ୍ରାକ୍ତନ କମିଶନର ରବିନାରାୟଣ ଦାଶ ଙ୍କ ସମେତ ଶଶି ଭୂଷଣ ଦାଶ, ସୁଧାଂଶୁ କୁମାର ଦାଶ ଓ ସମୀର କୁମାର ଦାଶ ସମେତ ପାଞ୍ଚପୁଅ ଥିଲାବେଳେ ଏକମାତ୍ର ଝିଅ କାଞ୍ଚନବାଳl ଦାଶ ଙ୍କ ସହିତ ଗ୍ରାମ ବାସି ସୁଧାକର ଦାଶ,ନିରଞ୍ଜନ ନାୟକ, ସୁସାନ୍ତ ନାୟକ, ଗଗନ ବିହାରୀ ସାହୁ,ବସନ୍ତ ନାୟକ,ରାଜେନ୍ଦ୍ର ନାରାୟଣ ଦାଶ ସଞ୍ଜୟ ନାୟକ, ବୁଧେସ୍ୱର୍ ନାୟକ,ନରେନ୍ଦ୍ର ଦାଶ,ସୁନିଲ ଦାଶ ଆତ୍ମୀୟ ସ୍ୱଜନ ମାନେ ତାଙ୍କର ମରଶରୀର କୁ ଶୋଭାଯାତ୍ରାରେ ନେଇ ପୁରୀ ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟ କ୍ରିୟା ସମ୍ପନ୍ନ କରାଇଥିଲେ। ତାଙ୍କର ବିୟୋଗରେ ମର୍ମାହତ ହୋଇ ଆମ ଗାଁ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସଭାପତି ଅଲେଖ ଚନ୍ଦ୍ର ବେହେରା , ପ୍ରାକ୍ତନ ଶିକ୍ଷକ ନରୋତ୍ତମ ଭୂୟାଁ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ , ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ସ୍ୱାଇଁ, ସୁନାକର ନାୟକ, ପୁର୍ବତନ ସରପଞ୍ଚ ବିଜୟ କୁମାର ମହାନ୍ତି, ମୃଣ୍ମୟ ସ୍ଵାଇଁ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ, ନେତୃବୃନ୍ଦ ଙ୍କ ସମେତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କର ବିୟୋଗରେ ମର୍ମାହତ ହୋଇ ଗଭୀର ଶୋକ ପ୍ରକାଶ କରିଥିବା ବେଳେ, ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି।
Article Image