Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 28/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଳଭଣ୍ଡାର ନିର୍ମାଣ ଦାବୀ ସମାବେଶ ଶିବିର ଜୁନ 1ରେ |ଅନ୍ତିମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ |

~~~~~~~~~~~~~ଜଗତସିଂହପୁର /ନିଆଳି 27/5/2025 ଜଳଭଣ୍ଡାର ନିର୍ମାଣ ଦାବୀ ସମାବେଶ ଶିବିର କୁ ସଫଳ କରିବା ପାଇଁ ଶେଷ ପ୍ରସ୍ତୁତି ବୈଠକ ପହଙ୍ଗା ବଢ଼େଇ ସାହି କୁତ୍ତାମଚଣ୍ଡୀ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା |ଏହି ବୈଠକ ରେ ସରୋଜ ନାୟକ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଧର ରାଉତ.ଜଇରାମ ବାରିକ. ଧୂଳେଶ୍ୱର ମଲ୍ଲିକ କ୍ଷୀରୋଦ ବେହେରା ପରୀକ୍ଷିତ ପଳାଉର. ପ୍ରଦୀପ୍ତ ସ୍ୱାଇଁ. ସୁବାଷ ସ୍ୱାଇଁ. ଜ୍ୟୋତି ରଞ୍ଜନ ପରିଡା ତପନ କୁମାର ରାଉତରାୟ ରମେଶ ଚନ୍ଦ୍ର ମହାନ୍ତି ଲୋକନାଥ ସାହୁ ଅକ୍ଷୟ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |ଦାବୀ ସମାବେଶ ରେ ମାଧବାନନ୍ଦଜୀଉ ବିକାଶ ପରିଷଦ. ନିଆଳି ବରିଷ୍ଠ ନାଗରିକ ମଞ୍ଚ. ଆଇନିଜୀବି. ଦ୍ବିପଞ୍ଚଳ ଅବସର ପ୍ରାପ୍ତ କର୍ମଚାରୀ ସଂଘ. ଛାତ୍ର ଯୁବ ପରିଷଦ. ଗ୍ରାମୀଣ ସେବକ ସମାଜ. ଯାଦବ ସଂଘର କର୍ମକର୍ତ୍ତା ମାନେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଆଲୋଚନା କରାଯାଇଥିଲା |ଅବସର ପ୍ରାପ୍ତ ଅର୍ଥ ବିଭାଗ ର ଶାସନ ସଚିବ କୃଷ୍ଣ ଚନ୍ଦ୍ର ବଡୁ ଯୋଗ ଦେବାପାଇଁ ସମ୍ମତି ପ୍ରକଶ କରିଥିବା ଯୋଗୁ ଆୟୋଜକ ମାନେ ଆନଂଦ ପ୍ରକଶ କରିଥିଲେ,|ସମାବେଶ କୁ ସଫଳ କରିବା ପାଇଁନିଆଳି ପ୍ରେସକ୍ଲବ କୁ ଅନୁରୋଧ ଜଣାଇ ପ୍ରସ୍ତାବ ଗୃହୀତ କରାଗଲା |ନିଆଳି ର ସମସ୍ତ ସାମ୍ବାଦିକ ମାନଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବାକୁ ବିଦ୍ୟାଧର ରାଉତ ଙ୍କୁ ଦାୟିତ୍ୱ ଦିଆଗଲା |ପ୍ରେସ କ୍ଲବ ର କର୍ମ କର୍ତ୍ତା ଙ୍କ ପ୍ରସ୍ତାବ ଅନୁସାରେ ଦାବୀ ସମାବେଶ ଶିବିର ର କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି କରାଗଲା |ନିଆଳିର ସଚେତନ ନାଗରିକ ମାନେ ଏହିଅଭିଯାନ ରେ ସାମିଲ ହେବା ପାଇଁଅନୁରୋଧ କରାଗଲା |