Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କୋରାପୁଟ, 28/05/2025, ବିକ୍ରମ ଓଡ଼ିଶା ନିୟୁଜ: ମଦ ବିକ୍ରିକୁ ନେଇ ବିଧାୟକ ଓ ମଦ ବ୍ୟବସାୟୀ ମୁହାଁମୂହି।

ମଦ ଦୋକାନ ମାନଙ୍କରେ ତାଲା ମାରିଲେ ବିଧାୟକବିଧାୟକଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ଦେଲେ ମଦ ବ୍ୟବସାୟୀକୋରାପୁଟ:ମଦ ବିକ୍ରିକୁ ନେଇ ଲକ୍ଷ୍ମୀପୁର ବିଧାୟକ ଓ ମଦ ବ୍ୟବସାୟୀଙ୍କ ମଧ୍ୟରେ ଦେଖା ଦେଇଛି ବିବାଦ। ଗୋଟିଏ ପଟେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ନିଜ ଅଞ୍ଚଳର ମଦ ଭାଟି ମାନଙ୍କରେ ନିମ୍ନ ମାନର ଓ ଅପମିଶ୍ରିତ ମଦ ତିଆରି ଅଭିଯୋଗ କରି ତାଲା ପକାଇଥିବା ବେଳେ ଅନ୍ୟ ପଟେ ମଦ ବ୍ୟବସାୟୀ ମାନେ ବିଧାୟକଙ୍କ ବିରୋଧରେ ମାସିକ ଏକ ଲକ୍ଷ୍ୟ ଟଙ୍କା ବଟି ମାଗୁଥିବା ଭୋଳି ସଂଗୀନ ଅଭିଯୋଗ ଆଣି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଦଶମନ୍ତପୁର, ନାରାୟଣପାଟନା, ଲକ୍ଷ୍ମୀପୁର ଓ ବନ୍ଧୁଗାଁ ବ୍ଲକର ମଦ ବ୍ୟବସାୟୀ ଓ କର୍ମଚାରୀ ମାନେ ବିଧାୟକ ମାସକୁ ଏକ ଲକ୍ଷ ଟଙ୍କା ବଟି ଦେଲେ ମଦ ବିକ୍ରି କରିପାରିବ ନଚେତ ମଦ ଦୋକାନ ସବୁ ବନ୍ଦ କରିଦିଆଜିବ ବୋଲି ବିଧାୟକ ଧମକ ଦେଉଥିବା ମଦ ବେପାରୀ ମାନେ ଅଭିଯୋଗ ଆଣିଛନ୍ତି। ବିଧାୟକ ନିଜର ଶତାଧିକ ସମର୍ଥକ ମାନଙ୍କ ସହ ଆସି ଅଞ୍ଚଳର ବିଭିନ୍ନ ମଦ ଦୋକାନ ମାନଙ୍କରେ ତାଲା ପକାଇଥିବା ବ୍ୟବସାୟୀ ମାନେ କହିଛନ୍ତି। ଏ ନେଇ ମଦ ବ୍ୟବସାୟୀ ମାନେ ସମସ୍ତ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଅଭିଯୋଗର ନକଲ ବିଭାଗୀୟ ସଚିବ, ମନ୍ତ୍ରୀ, ଏସପି ଓ ଅବକାରି ସୁପରଟେଣ୍ଡେଣ୍ଟଙ୍କୁ ପଠାଇଥିବା କହିଛନ୍ତି। ଏ ନେଇ ଲକ୍ଷ୍ମୀପୁର ବିଧ୍ୟାୟକ ପବିତ୍ର ସାଉନ୍ତା ବ୍ୟବସାୟୀ ମାନେ ଅଞ୍ଚଳରେ ନିମ୍ନ ମାନର ଅପମିଶ୍ରିତ ମଦ ପ୍ରସ୍ତୁତ କରି ଗାଁ ଗହଳିରେ ବିକ୍ରି କରୁଛନ୍ତି ଓ ସେହି ମଦ ପିଇ ଲୋକେ ଅଳ୍ପ ଦିନରେ ମୃତ୍ୟୁ ମୁଖରେ ପଡୁଥିବା ବେଳେ ବହୁ ମହିଳା ବିଧବା ହେଉଥିବା ଓ ଯୁବକ ମାନେ ଏହି ମଦ ପିଇ ବିଶୃଙ୍ଖଳିତ ହେଉଥିବା କହିଛନ୍ତି। ଗତ ଦିନରେ ଅଞ୍ଚଳରେ ମଦ ବନ୍ଦ କରିବାକୁ ସେ ବହୁବାର ବିଭାଗୀୟ ମନ୍ତ୍ରୀ, ସଚିବ, ଆରକ୍ଷୀ ଅଧିକ୍ଷକ, ଅବକାରୀ ଅଧକ୍ଷଙ୍କ ସମେତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅଞ୍ଚଳ ବାସୀଙ୍କ ଅନୁରୋଧ ଯୋଗୁଁ ମଦ ଦୋକାନରେ ତାଲା ପକେଇଥିବା କହିଛନ୍ତି। ମଦ ବ୍ୟବସାୟୀ ମାନେ ତାଙ୍କ ନାମରେ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି ସେ ପ୍ରକାଶ କରିବା ସହ ସେ ଯଦି ମଦ ବେପାରୀଙ୍କ ଠାରୁ ଲାଞ୍ଚ କିମ୍ବା ବଟି ମାଗିଛନ୍ତି ତାହା ସେମାନେ କୋର୍ଟରେ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି।