Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଟାଙ୍ଗୀ, 28/05/2025, ବିକ୍ରମ ଓଡ଼ିଶା ନିୟୁଜ: 'ଅପରେସନ ସିନ୍ଦୂର' ସଫଳତା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରାଟାଙ୍ଗୀ, ୨୭|୦୫ : ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଭାରତୀୟ ସେନାବାହିନୀ ଧ୍ଵଂସକରି ଅପରେସନ ସିନ୍ଦୂରରେ ସଫଳତା ହାସଲ କରିଥିବାରୁ ସେମାନଙ୍କ ମନୋବଳ ବଢାଇବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ତ୍ରିରଙ୍ଗା ଶୋଭାଯାତ୍ରାରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକମାନେ, ସେନାର ଅବସରପ୍ରାପ୍ତ କର୍ମଚାରୀମାନେ ଓ ସାଧାରଣ ଜନତାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ | ଏହି ଅବସରରେ ଚିଲିକା ପୂର୍ବ ସେନାନୀ ସଂଘର ସଦସ୍ୟ ମାନଙ୍କୁ ଅତିଥିଭାବେ ନିମନ୍ତ୍ରଣ କରାଯାଇଥିଲା | ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରକାଶ ବେବର୍ତ୍ତା, ପ୍ରଧାନ ଆଚାର୍ଯ୍ୟ ପବିତ୍ର କୁମାର ପ୍ରଧାନ ଓ ଚିଲିକା ପୂର୍ବ ସେନାନୀ ସଂଘର ସଭାପତି ଶ୍ରୀବତ୍ସ ବୈରିଗଞ୍ଜନ୍, ଉପସଭାପତି ଜି ରାଜୁ, ବାୟୁସେନାର ବିଜୟ କୁମାର ସାମନ୍ତରାୟ, ଭୁବନେଶ୍ୱର ପାଇକରାୟ, ଜଳଧର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ଦାସ, ଯୋଗୀ ବିଶ୍ଵାଳ ଓ ଜି କାଳିଆ ପ୍ରମୁଖ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ |ଖୋର୍ଦ୍ଧା ରୁ ବିଜୟ ବାହୁ ବଳେନ୍ଦ୍ର ଙ୍କ ରିପୋର୍ଟ