Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 28/05/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ବ୍ଲକରେ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ, ବ୍ଲକ ଉପାଧ୍ୟକ୍ଷଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ନେଇ ଗୃହରେ ହଟ୍ଟଗୋଳ

ନାଉଗାଁ, ୨୮।୫ /ବିକ୍ରମ ଓଡିଶା ନିୟଜୁ,ନାଉଗାଁ ପଞ୍ଚାୟତ ସମିତି କାର୍ଯାଳୟର ସମ୍ମିଳନୀ କକ୍ଷରେ ଆଜି ବିକଶିତ ଗାଁ ବିକଶିତ ଓଡିଶା ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିରୂପେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣ ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଁଣ, ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ୱାଇଁ, ସାଂସଦ ଙ୍କ ପ୍ରତିନିଧି ଲଲାଟେନ୍ଦୁ ପରିଡାଙ୍କ ସମେତ ଉକ୍ତ ବ୍ଳକର ୧୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ମାନେ ଉପସ୍ଥିତ ରହି ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ପରିଲିଖିତ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପଟେ ଏହି ବୈଠକରେ ଆଲୋଚନା ଚାଲିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପୁହାଣଙ୍କ ଏକ ପ୍ରସ୍ତାବ ଉପରେ ବିଡ଼ିଓ ଆଶୁତୋଷ ମିଶ୍ର ଉପାଧ୍ୟକ୍ଷ କିଏ ସେ ତାଙ୍କୁ ଚିହ୍ନି ନାହାନ୍ତି ବୋଲି କହିବାପରେ ବୈଠକ ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ବିଧାୟକ ଶ୍ରୀ ଦାସ ଜନ ପ୍ରତିନିଧି ମାନଙ୍କୁ ବୁଝାସୁଜା କରିବା ପରେ ଉପାଧ୍ୟକ୍ଷ ପୁନର୍ବାର ବୈଠକ ସାମିଲ ହୋଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବ୍ଳକରେ ଦୀର୍ଘ ୪ମାସ ଧରି ସ୍ଥାୟୀ ବିଡ଼ିଓ ନଥିବା ବେଳେ ଜଗତସିଂହପୁର ବିଡ଼ିଓ ଶ୍ରୀ ମିଶ୍ର ଏହି ବ୍ଳକର ଅତିରିକ୍ତ ବିଡ଼ିଓଙ୍କ ଦାୟିତ୍ୱରେ ରହି ଥିବା ବେଳେ ସେ କେବଳ ସଭା ସମିତିକୁ ଛାଡ଼ିଦେଲେ ଅନ୍ୟ କୌଣସି ଦିନ ତାଙ୍କୁ ବ୍ଳକରେ ଦେଖିବାକୁ ମିଳୁନଥିବା ଜନ ପ୍ରତିନିଧି ମାନେ ବିଧାୟକଙ୍କୁ ଅଭିଯୋଗ କରିଥିଲେ। ଏମିତିକି ବିଡ଼ିଓଙ୍କ ଅନୁପସ୍ଥିତ କାରଣରୁ ବ୍ଲକର ସମସ୍ତ ପଞ୍ଚାୟତ ଗୁଡିକରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ମଧ୍ୟ କୁହାଯାଇଥିଲା। ଯାହାକୁନେଇ ବିଧାୟକ ଶ୍ରୀ ଦାସ ଏହାର ଯଥାଶୀଘ୍ର ସମାଧାନ କରଯାଇ ଏଠାରେ ଜଣେ ସ୍ଥାୟୀ ବିଡ଼ିଓଙ୍କୁ ଖୁବଶୀଘ୍ର ନିଯୁକ୍ତି କରାଯିବା ନେଇ ଜନ ପ୍ରତିନିଧି ମାନଙ୍କୁ ପ୍ରତିଶୃତି ଦେଇଥିଲେ।
