Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଲକ୍ଷାଧିକ ଟଙ୍କାର ଫଳଦୋକାନ ଜାଳିଦେବା ଘଟଣାରେ ଥାନାରେ ଲିଖିତ ଅଭିଯୋଗକୁ ୧୫ଦିନ ବିତିଯାଇଥିଲେ ସୁଧା ପୋଲିସର କାର୍ଯ୍ୟାନୁଷ୍ଠାନ ଶିଥିଳତା ଅଭିଯୋଗ 3

ଯଇପୁର , 29/05/2025, ବିକ୍ରମ ଓଡ଼ିଶା ନିୟୁଜ: ଲକ୍ଷାଧିକ ଟଙ୍କାର ଫଳଦୋକାନ ଜାଳିଦେବା ଘଟଣାରେ ଥାନାରେ ଲିଖିତ ଅଭିଯୋଗକୁ ୧୫ଦିନ ବିତିଯାଇଥିଲେ ସୁଧା ପୋଲିସର କାର୍ଯ୍ୟାନୁଷ୍ଠାନ ଶିଥିଳତା ଅଭିଯୋଗ
Article Image
Article Image
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତିର୍ତ୍ତୋଲଥାନା ଅନ୍ତର୍ଗତ ଜଇପୁର ବଜାରର ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଫଳ ଦୋକାନରେ ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନେ ନିଆଁ ଲଗାଇଦେଇଥିଲେ, ହୁତୁହୁତୁ ହୋଇ ଫଳ ଦୋକାନଘର ପୋଡି ଯାଉଥିଲା, ଏହି ସମୟରେ ପିସିଆର ଗାଡି ଯାଉଥିବା ବେଳେ ଏ ଘଟଣା ନଜରକୁ ଆସିଥିଲା, ପିସିଆରରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଜରିଆରେ ଫଳ ଦୋକାନୀ ମାଲିକ ତପନ ଓଝାଙ୍କୁ ଖବର ଦେଇଥିଲେ,ଏହି ଫଳ ଦୋକାନରେ ଆଗରୁ ଲକ୍ଷାଧିକ ଟଙ୍କାର ଫଳମୂଳ,ଦାମୀ କାଜୁ,ଖଜୁରୀ,ମିଶ୍ଚର,ବିସ୍କୁଟ ଥିଲା, ସାବିତ୍ରୀରେ ବେପାର କରିବାକୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ନାମିଦାମୀ କମ୍ପାନୀର ଫଳମୂଳ ଆଣି ଦୋକାନରେ ମହଜୁଦ କରି ରଖିଥିଲେ,ଦୋକାନରେ ନିଆଁ ଲାଗିବା ଫଳରେ ସବୁକିଛି ଜଳି ନଷ୍ଟ ହୋଇଛି, ଏ ବିଷୟରେ ଫଳ ଦୋକାନୀ ତପନ ଓଝା ପିତା-ଦିବାକର ଓଝା ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜିକୁ ୧୫ଦିନ ବିତି ଯାଇଥିଲେ ସୁଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ, କିଛିଦିନ ତଳେ ଜଣେ ବ୍ୟକ୍ତି ତାଙ୍କ ପରିବାର ଓ ଦୋକାନ ବର୍ବାଦ କରିବାକୁ ଧମକ ଦେବାସହ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପୋଷ୍ଟରେ ଅଶ୍ଳୀଳ ଭାଷା ପ୍ରୟୋଗ କରି ଧମକଚମକ ଦେଇଥିଲେ, କିନ୍ତୁ ଏହାର କିଛିଦିନପରେ ତାଙ୍କର ଫଳ ଦୋକାନ ନିଆଁ ଲାଗି ପୋଡି ପାଉଁଶ ହୋଇଛି,ଏ ଘଟଣାରେ ତାଙ୍କ ସମ୍ପର୍କୀୟ ଭିଣେଇ ଓ ଜଇପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସେ ସନ୍ଦେହ କରିଛନ୍ତି,ବିଭିନ୍ନ ଜାଗାରୁ ଲୋନ ଆଣି ବାପ ପୁଅ ଫଳ ବ୍ୟବସାୟ କରିବା ସହ ପରିବାର ପ୍ରତିପୋଷଣ କରୁଥିଲେ। ଏବେ ବୋଝ ଉପରେ ଲଳିତା ବିଡା ଚିନ୍ତାରେ ସପରିବାର। ଜଇପୁର ଗ୍ରାମର ତପନ ଓଝା ଏନେଇ ତିର୍ତ୍ତୋଲ ଥାନାରେ ଗତ ୧୪ ତାରିଖରେ ମଧ୍ୟ ଲିଖିତ ଅଭିଯୋଗ ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ଦେଖାଇଥିଲେ, ଆଜିକୁ ୧୫ଦିନ ବିତିଯାଇଥିଲେ ସୁଧା ପୋଲିସ ଦୋକାନ ଜାଳିଥିବା ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଛି ବୋଲି ସେ କହିଛନ୍ତି।ତୁରନ୍ତ ଅଭିଯୁକ୍ତମାନଙ୍କୁ ଧରି ତାଙ୍କଠୁ ଦୋକାନର କ୍ଷତିପୂରଣ ଆଦାୟ କରିବାକୁ ପାଖ ବ୍ୟବସାୟୀ ଓ ଗ୍ରାମବାସୀମାନେ ଦାବି କରିଛନ୍ତି। ଏ ଘଟଣା ବିଷୟରେ ଏସଡ଼ିପିଓଙ୍କୁ ସାମ୍ବାଦିକ ବନ୍ଧୁମାନେ ପଚାରିବାରୁ ସେ ତିର୍ତ୍ତୋଲ ଆଇଆଇସିଙ୍କ ସହ କଥାହୋଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କାଯ୍ୟନୁଷ୍ଠାନ ନେବେ ବୋଲି କହିଛନ୍ତି।