Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଆଦର୍ଶ ଶିକ୍ଷକଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। 3

ନାଉଗାଁ, 29/05/2025, ବିକ୍ରମ ଓଡ଼ିଶା ନିୟୁଜ: ଆଦର୍ଶ ଶିକ୍ଷକଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।ନାଉଗାଁ ୨୯/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ବିଲିପଡା ପ୍ରାଇମେରୀ ସ୍କୁଲର କାର୍ଯ୍ୟରତ ତଥା କୋତମାଳୀ ପୁର ଗ୍ରାମର ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ ଅକାଳ ବିୟୋଗ ଘଟିଥିଲା। ଆଜି କୋତମାଳୀ ପୁର ଗ୍ରାମରେ ଶ୍ରୀ ମହାନ୍ତିଙ୍କ ଅକାଳ ବିୟୋଗରେ ଏକ ସ୍ମୃତିସଭା ଜଗତସିଂହପୁର ଜିଲ୍ଲା ଓଷ୍ଟାର ମାର୍ଗ ଦର୍ଶକ ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଓ ବିଦାୟୀ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁକ୍ଷ୍ୟ ଅତିଥି ଭାବେ ପୃର୍ବତନ ବିଧାୟକ ଡଃ ଲଲାଟେନ୍ଦୁ ମହାପାତ୍ର ସମ୍ନାନିୟ ଅତିଥି ଭାବେ ସନ୍ତୋଷ କୁମାର ସ୍ବାଇଁ, ବସନ୍ତ କୁମାର ଦାସ, ଗୋକୁଳାନନ୍ଦ ମହାନ୍ତି, ପୃର୍ବତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ, ବ୍ରହ୍ମାନନ୍ଦ ସାହୁ,ଲକ୍ଷ୍ନି ଧର ବସ୍ତିଆ, ବିଭୁତି ଭୁଷଣ ବିଶ୍ବାଳ, ଶିକ୍ଷକ ବୁଲାକୀ ସେଠୀ, ଶ୍ରୀ ଯୁକ୍ତ ସହଦେବ ସ୍ବାଇଁ,ବେଣୁଧର ମହାନ୍ତି,ପୃର୍ବତନ ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିଷ ଚନ୍ଦ୍ର ଦାସ,ପୃର୍ବତନ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ,ପୃର୍ବତନ ଜିଲ୍ଲା ପରୀଷଦ ସଭ୍ୟ ନିରଜ୍ଞନ ବେହୁରା ସମେତ ଅନେକ ଶିକ୍ଷାବିତ୍ ଯୋଗଦେଇ ନିଜନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Article Image