Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସଚ୍ଚିଦାନନ୍ଦ ପରିଡା ଙ୍କ ଏକାଦଶରେ ଙ୍କ ସ୍ମୃତି ସଭା। 2

ନାଉଗାଁ, 29/05/2025, ବିକ୍ରମ ଓଡ଼ିଶା ନିୟୁଜ: ସଚ୍ଚିଦାନନ୍ଦ ପରିଡା ଙ୍କ ଏକାଦଶରେ ଙ୍କ ସ୍ମୃତି ସଭା।ନାଉଗାଁ /୨୯/୦୫ /ବିକ୍ରମ ଓଡିଶା ନିୟଜୁ,ନାଉଗାଁ ଅଞ୍ଚଳର ବରିଷ୍ଠ ନେତା ନାଉଗାଁ ଓ ବାଂଶ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ପରିଡା ଙ୍କ ଏକାଦଶ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସ୍ମୃତି ଚାରାଣ ସଭା ପୂର୍ବତନ ବିଧାୟକ ଜ୍ୟୋତିଶ ଚନ୍ଦ୍ର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ଏବଂ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ତାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ପରବର୍ତ୍ତୀ ସଭା ସମୟ ରେ ଶ୍ରୀ ପରିଡା ଙ୍କ ଅମାୟିକ ବ୍ୟକ୍ତିତ୍ୱ, ବହୁମୁଖୀ ପ୍ରତିଭା, ନିଷ୍ଠାପର ସେବା ଓ ତାଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିଥିବେ ବୋଲି ବରଣ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ଜିଲ୍ଲା ପରିଷଦ ନିରଞ୍ଜନ ବେହୁରା, ପୂର୍ବତନ ବ୍ଲକ ଅଧକ୍ଷ ବିଚିତ୍ରା ନନ୍ଦ ଲେଙ୍କା, ପୂର୍ବତନ ପୌରଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜଗନ୍ନାଥ ଦାସ, ଉପାଧ୍ୟକ୍ଷ ସୁଜିତ ପୁହାଣ, କମ୍ରେଡ ସୁବାଷ ସ୍ୱାଇଁ, ବରିଷ୍ଠ ନାଗରିକ ଅକ୍ଷୟ ସାହାଣୀ, ଅଧ୍ୟାପକ କାଳନ୍ଦୀ ସାହୁ, ପୂର୍ବତନ ସମିତି ସଭ୍ୟ ମହାଦେବ ସେଠୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ରହି ଶ୍ରୀ ପରିଡାଙ୍କ ସ୍ମୃତି ଚାରଣ କରିଥିଲେ। ଏଥିରି ଶ୍ରୀ ପରିଡା ସ୍ମୃତି ଉଦେଶ୍ୟରେ "ପିତୃ ତର୍ପଣ " ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା। ଉକ୍ତ ସଭାକୁ ସୁକାନ୍ତ କୁମାର ଲେଙ୍କା ସଂଯୋଜନା କରିଥିଲେ ଏବଂ ନିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Article Image