Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଷୋହଳ ଦଳିତ ପରିବାର କୁ କ୍ଷତିପୂରଣ ଓ ବସୁନ୍ଧରା ଯୋଜନାରେ ବାସଗ୍ରହ ଯୋଗାଇଦେବାକୁ ଦାବି ) 2

ଜଗତସିଂହପୁର , 29/05/2025, ବିକ୍ରମ ଓଡ଼ିଶା ନିୟୁଜ: (ଷୋହଳ ଦଳିତ ପରିବାର କୁ କ୍ଷତିପୂରଣ ଓ ବସୁନ୍ଧରା ଯୋଜନାରେ ବାସଗ୍ରହ ଯୋଗାଇଦେବାକୁ ଦାବି )ଜଗତସିଂହପୁର
Article Image
ତା =29/5/25ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଂଚାୟତ ବାଲିଘାଇ ଠାରେ ଥିବା ଅନାବାଦୀ ଜାଗାରେ ଷୋହଳ ଦଳିତ ପରିବାର ଦୀର୍ଘ ପଚାଶ ବର୍ଷ ହେବ ଗୃହ ନିର୍ମାଣ କରି ବସତି ସ୍ଥାପନ କରିଥିଲେ | ଜ଼ିଲ୍ଲା ପ୍ରଶାସନ ଚଳିତ ବର୍ଷ ଜାନୁଆରୀ ମାସରେ ଦଳିତ ପରିବାରକୁ ଥଇଥାନ ନ କରି ବଳ ପୂର୍ବକ ଘର ଦ୍ୱାର ଭାଙ୍ଗି ଅନାବାଦୀ ଜାଗାରୁ ଦଳିତ ପରିବାରକୁ ଉଛେଦ କରିଥିଲେ | ବାସଗୃହ ହରାଇ ଷୋହଳ ଦଳିତ ପରିବାର ନିକଟସ୍ଥ ଦଣ୍ଡା ରେ ଅସ୍ଥାୟୀ ଗୃହ ନିର୍ମାଣ କରି ଦୁଃଖ କଷ୍ଟରେ ଚଳିବା ସହିତ ସମସ୍ୟା ସମ୍ପର୍କ ରେ ରାଜ୍ୟ ମାନବ ଅଧିକାର କମିସନ ଏବଂ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେଇଥିଲେ | ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜୁନ ମାସ ପୂର୍ବରୁ ଜ଼ିଲ୍ଲା ପ୍ରଶାସନ ଦଳିତ ପରବାର କୁ କ୍ଷତି ପୂରଣ ପ୍ରଦାନ କରିବା ସହିତ ବସୁନ୍ଧରା ଯୋଜନାରେ ସରକାରୀ ଜମି ଏବଂ ବାସ ଗୃହ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ ମଧ୍ୟ୍ୟ ଜ଼ିଲ୍ଲା ପ୍ରଶାସନ ତାହା କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି |ଯେଉଁଠି ପାଇଁ ଷୋହଳ ଦଳିତ ପରିବାର ନ୍ୟାୟ ପାଇବା ଦାବିରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ ଉପ ଜ଼ିଲ୍ଲାପାଳ କୁ ଦାବିପତ୍ର ପ୍ରଦାନ କରିଛନ୍ତି |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ