Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

୧୯୯୯ ମସିହା ସୋରଣ ଗୁଳିକାଣ୍ଡ ଘଟଣା 5

ଚିଲିକା, 30/05/2025, ବିକ୍ରମ ଓଡ଼ିଶା ନିୟୁଜ: ୧୯୯୯ ମସିହା ସୋରଣ ଗୁଳିକାଣ୍ଡ ଘଟଣା# ଚିଲିକା ପାଇଁ ଲଢ଼େଇ କରି ପୋଲିସ ଗୁଳିରେ ସହୀଦ ହୋଇଥିଲେ ୫ ଜଣ ମତ୍ସ୍ୟଜୀବୀ
Article Image
# ଚିଲିକା ମତ୍ସ୍ୟଜୀବୀ ମହାସଂଘ ପାଳନ କଲା ସହୀଦ ଦିବସଚିଲିକା ହେଉଛି ମତ୍ସ୍ୟଜୀବୀ ମାନଙ୍କର ଏବଂ ଚିଲିକା ଉପରେ ନିର୍ଭର କରି ମତ୍ସ୍ୟଜୀବୀ ମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ଚିଲିକା ମଧ୍ୟରେ କେତେକ ଅଣ ମତ୍ସ୍ୟଜୀବୀ ଜବରଦସ୍ତ ପ୍ରବେଶ କରି ଚିଲିକା ମଧ୍ୟରେ ଚିଙ୍ଗୁଡି ଘେରି କରି ଜବରଦଖଲ ଚିଙ୍ଗୁଡି ଚାଷ କରି ଅଣ-ମତ୍ସ୍ୟଜୀବୀ ମାଫିଆମାନେ ମାଫିଆରାଜ୍ ଚଳାଇବା ଯୋଗୁଁ ମତ୍ସ୍ୟଜୀବୀମାନେ ଏହାକୁ ବିରୋଧ କଲେ , ଯାହାକୁ ନେଇ ମତ୍ସ୍ୟଜୀବୀ ଓ ଅଣ-ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରେ ବିବାଦ ଘନେଇଲା । ଏହି ବିବାଦ ଉଗ୍ରରୂପ ଧାରଣ କରିବାରୁ ମତ୍ସ୍ୟଜୀବୀମାନଙ୍କ ମୁହଁ ବନ୍ଦ କରିବା ପାଇଁ ସେତେବେଳର ପ୍ରଶାସନ ପକ୍ଷରୁ ପୋଲିସ ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କ ଉପରେ ସୋରଣ ଗାଁରେ ଗୁଳିକାଣ୍ଡ କରାଗଲା । ଏଥିରେ ୫ ଜଣ ମତ୍ସ୍ୟଜୀବୀ ମୃତ୍ୟୁ ବରଣ କଲେ । ଏଭଳି ଘଟଣା ଆଜକୁ ୨୫ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିଲା । ସେଦିନ ଥିଲା ୧୯୯୯ ମସିହା ମେ' ମାସ ୨୯ ତାରିଖ ଓ ସ୍ଥାନ ଥିଲେ ଖୋର୍ଦ୍ଧା ଜିଲ୍ଲାର ସୋରଣ ଗ୍ରାମର ଘୋଡ଼ା ଦୈ।ଡ଼ ପେଣ୍ଠ । ସୋରଣ ଗ୍ରାମର ଚିଲିକା କୂଳରେ ରହିଛି ଏହି ଘୋଡ଼ା ଦୈ।ଡ଼ ପେଣ୍ଠ । ଯେଉଁ ୫ ଜଣ ମତ୍ସ୍ୟଜୀବୀ ପୋଲିସ ଗୁଳିରେ ମତ୍ସ୍ୟଜୀବୀମାନଙ୍କ ପାଇଁ ଆନ୍ଦୋଳନ କରି ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ସ୍ମୃତିରେ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଆଜିର ଦିନକୁ ସହୀଦ ଦିବସ ଭାବେ ପାଳନ କରାଯାଉଛି । ମୃତ ମତ୍ସ୍ୟଜୀବୀମାନେ ହେଉଛନ୍ତି ସୋରଣ ଗ୍ରାମର ୧- ପ୍ରମିଳା ବେହେରା , ୨- ବାଞ୍ଛାନିଧି ବେହେରା , ୩- ଲିଙ୍ଗରାଜ ବେହେରା , ୪- ଭୂଷଣ୍ଡପୁର ଗ୍ରାମର ସୁଦର୍ଶନ ବେହେରା , ୫- ଜାଗୁଳାଇ ପଦର ଗାଁର ଦିଗାମ୍ବର ବେହେରା । ସେତେବେଳେ ଏହି ସୋରଣ ଗାଁରେ ପୋଲିସ ର ଗୁଳିକାଣ୍ଡ ଘଟଣା ସାରା ଭାରତ ବର୍ଷରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା । ଆଜି ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ସୋରଣ ଗ୍ରାମରେ ନଗର କୀର୍ତ୍ତନ କରାଯିବା ପରେ ସହୀଦ ମତ୍ସ୍ୟଜୀବୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିଲିକା ମତ୍ସ୍ୟଜୀବୀ ମହାସଂଘର ସଭାପତି ଶ୍ୟାମ ସୁନ୍ଦର ବେହେରା , ପୂର୍ବତନ ସମ୍ପାଦକ ଅନାଦି ବେହେରା , ସମ୍ପାଦକ କାଳନ୍ଦୀ ବେହେରା , ଫାଲଗୁନ ଜାଲି , ପାଣ୍ଡବ ବେହେରା , ବନମାଳୀ ବେହେରା , ରତନ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ । ଏବେବି ମତ୍ସ୍ୟଜୀବୀମାନେ ନିଜ ହକ୍-ର ଲଢ଼େଇ କରୁଛନ୍ତି ତେଣୁ ସରକାର ତୁରନ୍ତ ମତ୍ସ୍ୟଜୀବୀମାନଙ୍କ ଦାବି ଉପରେ ବିଚାର କରିବା ଦରକାର ବୋଲି ମତ୍ସ୍ୟଜୀବୀ ମହାସଂଘ ଦାବି କରିଛି ।ଖୋର୍ଦ୍ଧା ରୁ ବିଜୟ ବାହୁବଳେନ୍ଦ୍ର ଙ୍କ ରିପୋର୍ଟ