Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସାମନ୍ତରାୟପୁର ବାତ୍ୟା ଆଶ୍ରୟ ସ୍ଥଳି ମରାମତି କାର୍ଯ୍ୟକୁ ନେଇ ବିବାଦ ) 2

ଜଗତସିଂହପୁର , 30/05/2025, ବିକ୍ରମ ଓଡ଼ିଶା ନିୟୁଜ: ( ସାମନ୍ତରାୟପୁର ବାତ୍ୟା ଆଶ୍ରୟ ସ୍ଥଳି ମରାମତି କାର୍ଯ୍ୟକୁ ନେଇ ବିବାଦ )ଜଗତସିଂହପୁର
Article Image
ତା =30/5/251999 ମସିହା ମହାପ୍ରଳୟଙ୍କାରୀ ମହାବାତ୍ୟା ପରେ ଉପକୂଳ ବର୍ତ୍ତୀ ବାଲିକୁଦା ବ୍ଲକ ଓଷାକଣା ପଂଚାୟତ ସାମନ୍ତରାୟପୁର ଅଞ୍ଚଳ ରେ ମହାରାଷ୍ଟ୍ର ସରକାର ଙ୍କ ଦ୍ୱାର ବାତ୍ୟା ଆଶ୍ରୟ ସ୍ଥଳି ନିର୍ମାଣ କରାଯାଇଥିଲା | ତାର ପରବର୍ତ୍ତୀ ସମୟରେ ଓଷକଣା ପଂଚାୟତ ରେ ବିପର୍ଯୟ ପରିଚାଳନା କମିଟି ଗଠନ କରାଯାଇ ବାତ୍ୟା ଆଶ୍ରୟ ସ୍ଥଳି ଗୃହ ର ରକ୍ଷଣା ବେକ୍ଷଣ ଦାଇତ୍ୱ ଗ୍ରାମ ପଞ୍ଚାୟତ କୁ ହସ୍ତାନ୍ତର କରାଯାଇଥିଲା | ହେଲେ ଚଳିତ ବର୍ଷ ଜରୁରୀ କାଳୀନ ବିଭାଗ ପକ୍ଷରୁ ୬ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ବିନିମୟ ରେ ସାମନ୍ତରାୟପୁର ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳ ଗୃହ ମରାମତି କାର୍ଯ୍ୟ ଚାଲିଛି | ହେଲେ ବିଭାଗୀୟ ଯନ୍ତ୍ରୀ ଘଟଣା ର ଅନୁଧ୍ୟାନ କରୁନାହାନ୍ତି କି ପଞ୍ଚାୟତ ର ଲୋକ ପ୍ରତିନିଧି କିମ୍ବା ବିପର୍ଯୟ ପରିଚାଳନା କମିଟି ଏ ସମ୍ପର୍କ ରେ କୌଣସି ଘଟଣା ସମ୍ପର୍କ ରେ ଅବଗତ ନଥାଇ ବାତ୍ୟା ଆଶ୍ରୟ ସ୍ଥଳି ଗୃହ ମରାମତି କାର୍ଯ୍ୟ ଚାଲିଥିବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି | ବିଭାଗୀୟ ଅଧିକାରୀ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଦାବିକରିଛନ୍ତି |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋଟ