Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଲଞ୍ଚ ୱିଡଜ୍ କମ୍ପୁଟର ସେଣ୍ଟର ୧୧ ବର୍ଷ ପୂର୍ତ୍ତୀ ଅବସରରେ ସ୍ବେଛାକୁତ ରକ୍ତଦାନ ଶିବିର ଅନୁଷ୍ଠିତ 4

ରାଇରଙ୍ଗପୁର, 30/05/2025, ବିକ୍ରମ ଓଡ଼ିଶା ନିୟୁଜ: : ଲଞ୍ଚ ୱିଡଜ୍ କମ୍ପୁଟର ସେଣ୍ଟର ୧୧ ବର୍ଷ ପୂର୍ତ୍ତୀ ଅବସରରେ ସ୍ବେଛାକୁତ ରକ୍ତଦାନ ଶିବିର ଅନୁଷ୍ଠିତ : ରକ୍ତ ଦାନ ମହତ ଦାନ l ରକ୍ତ ଦାନ କରି ଅନ୍ଯର ଜୀବନ ବଞ୍ଚାଇବାର ପ୍ରତିଶୁତି ର ପ୍ରୟାସ ନେଇ ଆଗେଇ ଆସିଛି ଲଞ୍ଚ ୱିଡଜ୍ କମ୍ପ୍ଯୁଟର ସେଣ୍ଟର l ଯାହା ୧୧ ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜନ କରିଛି ସ୍ବେଛାକୁତ ରକ୍ତଦାନ ଶିବିର l ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅଧିନସ୍ତ ରାଇରଙ୍ଗପୁର ପୌରପାଳିକାସ୍ତ ଉପଖଣ୍ଡ ହସପିଟାଲ ଠାରେ ଲଞ୍ଚ ୱିଡଜ୍ କମ୍ପ୍ଯୁଟର ସେଣ୍ଟର ମେନେଜିଂ ଡାଇରେକ୍ଟର ଦୀପକ କୁମାର ବେହେରାଙ୍କ ପରିଚାଳନାରେ ସ୍ବେଛାକୁତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ଯ ରଞ୍ଜନ ପ୍ରଧାନ , ସମ୍ମାନିତ ଅତିଥି ରୂପେ ଡକ୍ଟର ଦେବେନ୍ଦ୍ର ନାଥ ଟୁଡୁ, ଜିଲ୍ଲା ରେଡକ୍ରସ ଅଧିକାରୀ ସ୍ମୁତିରଂଜନ ପାଣି, ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାରକାନ୍ତ ମହାନ୍ତ, ରାଇରଙ୍ଗପୁର ମହିଳା କଲେଜ ଅଧ୍ଯାପକ ବିଜୟ କୁମାର ରାମ, ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟ ଶିକ୍ଷକ ଉଦୟ ଭାନୁ ପ୍ରଧାନ, କମନଟାଇମ୍ ସଂପାଦକ ଦିଲ୍ଲୀପ କୁମାର ଚୌଧୂରୀ, କମ୍ପ୍ଯୁଟର ଶିକ୍ଷକ ଆଶିଷ କୁମାର ଦଳେଇ, ସତ୍ଯନାଥ ଦାସ ଓ ଲଞ୍ଚ ୱିଡଜ୍ କମ୍ପୁଟର ସେଣ୍ଟର ପରିଚାଳନା ନିର୍ଦ୍ଦେଶକଙ୍କ ପିତା ଉପେନ୍ଦ୍ରନାଥ ବେହେରା ଓ ଧର୍ମପତ୍ନୀ ଗିତାଞ୍ଜଳି ମହାକୁଡ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲା ବେଳେ ରାଇରଙ୍ଗପୁର ଉପଖଣ୍ଡ ହସପିଟାଲ ର ବ୍ଲଡ ବ୍ଯାଙ୍କ ଅଧିକାରୀ ଏସ ଏଲ ସିଂ, ଲ୍ଯାବ ଟେକନିସିଆନ ସୁମନ୍ତ ଗିରି, ଦେବବ୍ରତ ଗିରି, ଚିରଞ୍ଜିବ ମହାନ୍ତି, ସୁଜାତା ସ୍ବାଇଁ ଓ ଅଂକିତା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ l ଏଥିରେ ସର୍ବମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ସେମାନଙ୍କ ମଧ୍ଯରେ ମାସାଂ ମୁର୍ମୁ, ସୋନାମଣି ମହାନ୍ତ, ସଂଜୀବ ପଲେଇ, ଲକ୍ଷ୍ମୀକାନ୍ତ ପାତ୍ର, ଦେବବ୍ରତ ପାତ୍ର, ଅଭିଜିତ ଗିରି, ଅଂକିତ ବାରିକ, ସୀତାମଣି ମହାନ୍ତ, ଉଦୟଭାନୁ ପ୍ରଧାନ , ଦିଲ୍ଲୀପ କୁମାର ଚୌଧୂରୀ ଓ ଦୀପକ କୁମାର ବେହେରା ପ୍ରମୁଖ ରକ୍ତଦାନ କରିଥିଲେ l ଏହି ଭବ୍ଯ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ସହରର ଆଖପାଖ ଅଞ୍ଚଳରେ ଗଢି ଉଠିଥିବା ଲଞ୍ଚ ୱିଡଜ୍ କମ୍ର୍ଯୁଟର ସେଣ୍ଟର ର ବିଭିନ୍ନ ବ୍ରାଞ୍ଚର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image
Article Image