Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 30/05/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ଲଗ୍: ରାଇରଙ୍ଗପୁର ଅମୃତ ଷ୍ଟେସନରେ କୁଡୁମି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୃତି ସ୍ଥାପନ ପାଇଁ ଉପଜିଲ୍ଲା ପାଳଙ୍କ ନିକଟରେ ଦାବିପତ୍ର ଆଙ୍କର: ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଷ୍ଟେସନ ଅମୃତ ଭାରତ ଷ୍ଟେସନରେ ରୁପାନ୍ତି କରଣ ହୋଇଛି ଏବଂ ଏହି ଷ୍ଟେସନ ରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୃତି ସ୍ଥାପନ ହେବାର ସୂଚନା ରହିଛି କିନ୍ତୁ ବଡ ବିଡମ୍ବନାର ବିଷୟ ମୟୂରଭଞ୍ଜ କୁଡୁମି ବହୁଳ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର କୌଣସି ସ୍ଥାନରେ କୁଡୁମି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୃତି ସ୍ଥାପନ କରାଯାଇନାହିଁ | ତେଣୁ ଆଜି ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନଙ୍କ ନିକଟରେ ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ମହାନ୍ତ ଓ କାଲିଆ ମହାନ୍ତଙ୍କ ପ୍ରତିମୃତି ସ୍ଥାପନ ନିମନ୍ତେ କୁଡୁମିସେନା କର୍ମୀ ମାନେ ଏକ ଲିଖିତ ଦାବି ଉପସ୍ଥାପନ କରିଛନ୍ତି |ଏହି ଦାବିପତ୍ର ଦେବା ସମୟରେ କୁଡୁମିସେନା କର୍ମୀ ସୁବାସ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ ରାଜା ମହାନ୍ତ, ବନମାଳୀ ମହାନ୍ତ, ଆନନ୍ଦ ମହାନ୍ତ,ସୁଜାତା ମହାନ୍ତ, ସୁମନା ମହାନ୍ତ, ସୁକାନ୍ତି ମହାନ୍ତ, ପ୍ରେମଲତା ମହାନ୍ତ,ସୁକୁମାରୀ ମହାନ୍ତ, କମଳିନୀ ମହାନ୍ତ, ପାର୍ବତୀ ମହାନ୍ତ,ଶାନ୍ତିଲତା ମହାନ୍ତ ପ୍ରମୁଖ ରହୁଥିଲେ | ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

