Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଓଭର ଲୋଡିଙ୍ଗ୍ ପାଇଁ ଓଲଟିଲା ଏଲ୍ଆଣ୍ଡ ଟି କ୍ରେନ। 1

ତିର୍ତ୍ତୋଲ, 30/05/2025, ବିକ୍ରମ ଓଡ଼ିଶା ନିୟୁଜ: ଓଭର ଲୋଡିଙ୍ଗ୍ ପାଇଁ ଓଲଟିଲା ଏଲ୍ଆଣ୍ଡ ଟି କ୍ରେନ।ତିର୍ତ୍ତୋଲ-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦିପହରେ ଉଲଗଦା ଗ୍ରାମରେ ଗତକାଲି ଦିନ ଦ୍ବିପହରରେ L&T କମ୍ପାନୀ ର ଗୋଟେ ଓଭର ଲୋଡିଙ୍ଗ୍ ପାଇଁ ହାଇବା କ୍ରେନ ଗାଡ଼ି ଓଲଟି ପଡିଥିଲା। ରାସ୍ତା କଡରେ ଥିବା ଲୋକଙ୍କ ଙ୍କ ଘର ପାଖରେ ପଡ଼ିବାରୁ ଅଳ୍ପକେ ଲୋକମାନେ ବଞ୍ଚିଯାଇଥିବା ସୂଚନା ମିଳିଛି।ଯାହାକି ଘର ଉପରେ ପଡ଼ିବା କୁ ଆଉ ମାତ୍ର କିଛି ମିଟର ଘର ବାକିରହିଥିବା ବେଳେ ଏହି ଘଟଣା ପାଇଁ ଏଲ୍ ଆଣ୍ଡଟି କତୁପକ୍ଷକୁ ଲୋକମାନେ ଦାଇ କରିବା ସହିତ ଏ ପର୍ଯ୍ୟନ୍ତ ଗାଡ଼ି ପଡିରହିଥିବା ସୂଚନା ମିଳିଛି। ସବୁଠୁ ବଡ଼ କଥା ହେଉଛି ହାଇବା ଓଲଟିବା ସମୟରେ ନିକଟସ୍ଥ ଘରେ ପରିବାର ର ସମସ୍ତେ ସୋଇଯାଇଥିଲେ।ଗ୍ରାମ ବସୀମାନେ ବାରମ୍ବାର କହିଲା ପରେ କମ୍ପାନୀ ର ଭାରି ଗାଡ଼ି ଜିବା ସମୟରେ କେହି ସୁରକ୍ଷ୍ୟା କର୍ମୀ କିମ୍ବା ସଫେଟୀ କର୍ମଚାରୀ ଏବଂ ଗାଡି ଦାଇତ୍ବରେ ଥିବା କର୍ମଚାରୀ ଗାଡି ସହ ଜାଉଉ ନାହାଁନ୍ତି ।ଓଳଗଦା ଗ୍ରାମର କେନାଲ ରାସ୍ତା ବହୁତ୍ ଅଣ ଓସାରିଆ ହୋଇଥିବାରୁ ଏଭଳି ହାଇବା କ୍ରେନ ଭଳି ଭାରି ଯାନ ଯିବା ସମୟରେ ପିଲାମାନେ କିମ୍ବା ଅନ୍ୟ ଲୋକମାନେ ଅସୁରକ୍ଷିତ ରହୁଛନ୍ତି। ଗାଡ଼ି ବୁଝିଥିବା କର୍ମଚାରୀଙ୍କ ଏହା ଅପାରଗତା ଓ ଖାମଖିଆଲି ହେତୁ ଯଦି କାଲି ଲୋକଙ୍କର ଜୀବନ ଯିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥାଆନ୍ତା ତାହେଲେ ତା'ର ଭରଣା କିଏ କରିଥାଆନ୍ତା ବୋଲି ଲୋକମାନେ କହିଛନ୍ତି। ତୁରନ୍ତ ଏଲ୍ଆଣ୍ଡ ଟି କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି।
Article Image
Article Image
Article Image