Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 30/05/2025, ବିକ୍ରମ ଓଡ଼ିଶା ନିୟୁଜ: ଉପଜିଲ୍ଲାପାଳ ଦେଲେ ନ୍ୟାୟ

ତିର୍ତ୍ତୋଲ-୩୦/୫-(ରିପୋର୍ଟ-ଟୁକନ ସେଠୀ)-ଆମ ସାମାଜିକ ଵିଧି ବ୍ୟବସ୍ଥା ଏମିତି ବିଗିଡି ଗଲାଣି ଯେ ବୟସାଧିକ ବାପା ମା ମାନେ ପରିବାର ରେ ପିଲାଙ୍କ ସହିତ ସୁରକ୍ଷିତ ନ ରହି ଅବଶିଷ୍ଟ ଜୀବନ ସୁରକ୍ଷିତ ଓ ଶାନ୍ତି ରେ ରହିବା ପାଇଁ ପ୍ରତିଦିନ ଉପଜିଲ୍ଲାପାଳ ଜଗତସିଂହପୁର ନିକଟରେ ଗୁହାରି କରୁଛନ୍ତି। ରାଜ୍ୟ ର ଅଗ୍ରଣୀ ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ତାର ଦୈନନ୍ଦିନ ସେବା କାର୍ଯ୍ୟ ସହିତ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସଯତ୍ନ ପ୍ରୟାସ ରେ ଜିଲ୍ଲା ପ୍ରଶାସନ ଦ୍ଵାରା ଅନେକ ବାପା ମା ଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ସକ୍ଷମ ହୋଇପାରିଛନ୍ତି। ପ୍ରକାଶ ଥାଉକି ପୁନଙ୍ଗ ଗ୍ରାମର ଶୁକଦେବ ସାହୁ ଦୀର୍ଘ ଦିନ ହେବ ପୁଅ ବୋହୂ ମାନଙ୍କ ଦ୍ଵାରା ନିର୍ଯ୍ୟାତିତ ହୋଇ ଶେଷରେ ଶ୍ରୀମତୀ ଆଚାର୍ଯ୍ୟ ଏବଂ ଉପସଭାପତି ରଶ୍ମିତା ନାୟକ ମାଧ୍ୟମରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ହୋଇଥିଲେ। ପ୍ରଥମେ ଶ୍ରୀମତୀ ଆଚାର୍ଯ୍ୟ ପୁଅ ବୋହୂ ଙ୍କୁ ଅନେକ ସମୟ ଧରି ବୁଝାଇବା ପରେ କୌଣସି ପ୍ରକାରେ ସ୍ୱlଭାବିକ ପରିସ୍ଥିତି ପରିଲକ୍ଷିତ ହୋଇ ନ ଥିଲା। ଦୀର୍ଘ ଦିନ ଧରି ଅତ୍ୟାଚାରିତ ହେଉଥିବା ବାପା ମା ପୁଅ ବୋହୂ ଙ୍କ ପାଖରେ ରହିବା ପାଇଁ ଇଛା ପ୍ରକାଶ କରୁନଥିବା ବେଳେ, ପୁଅ ବୋହୂ ମଧ୍ୟ ସେମାନଙ୍କ ଦାୟିତ୍ଵ ନେବେନି ବୋଲି ରୋକଠୋକ ମନା କରିଦେଇଥିଲେ। ଏପରି ଗମ୍ଭୀର ସମସ୍ୟା କୁ ବିଚାର ବିମର୍ଶ କରି ଉପଜିଲ୍ଲାପାଳ ମହୋଦୟ ଏକ ମାସ ମଧ୍ୟ ରେ ପୁଅ ବୋହୂ ଙ୍କୁ ପୈତୃକ ଘର ଛାଡି ବାହାରେ ରହିବା ପାଇଁ ନିର୍ଦେଶ ଦେଲେ। ଉପଜିଲ୍ଲାପାଳ ଙ୍କ ଏପରି କଠୋର ପଦକ୍ଷେପ ଅନେକ ବାଟବଣା ପୁଅ ବୋହୂ ଙ୍କୁ ବାଟକୁ ଆଣିପାରିବ ବୋଲି ବୁଦ୍ଧିଜୀବୀ ମାନେ ଅଶା ପୋଷଣ କରିଛନ୍ତି।