Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 30/05/2025, ବିକ୍ରମ ଓଡ଼ିଶା ନିୟୁଜ: ଝଙ୍କଡଶ୍ରୀ କାଳିପ୍ରସନ୍ନ ପରିଜlଙ୍କ ଷଷ୍ଠବାର୍ଷିକ ଶ୍ରାଦ୍ଧଉତ୍ସବତିର୍ତ୍ତୋଲ-୩୦/୫-(ରିପୋର୍ଟ-ଟୁକନ ସେଠୀ)-ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ପ୍ରତିଷ୍ଠାତା ସଭାପତି ଝଙ୍କଡଶ୍ରୀ କାଳିପ୍ରସନ୍ନ ପରିଜାଙ୍କ ଷଷ୍ଠବାର୍ଷିକ ଶ୍ରାଦ୍ଧଉତ୍ସବ ବର୍ତ୍ତମାନର ସଭାପତି ସଂସ୍କୃତି ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସଭା ପ୍ରାରମ୍ଭରେ ଝଙ୍କଡ଼ ମାଟିର ଆରାଧ୍ୟ ଦେବୀ ମା ଶlରଳା ଓ ମାଟିର ମହାକବି ସାରଳା ଦାସଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଝଙ୍କଡଶ୍ରୀ ପରିଜାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l

ଏହି ଆସରରେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ପ୍ରାଧ୍ୟାପିକା ଡ. ବିଷ୍ଣୁପ୍ରିୟl ଦାସ ଝଙ୍କଡଶ୍ରୀ ପରିଜା ଜଣେ ଆଦର୍ଶ କୃତି ପ୍ରଧାନ ଶିକ୍ଷକ, ସ୍ଥିତପ୍ରଜ୍ଞ ସାରସ୍ୱତ ସାଧକ ଓ ବିଚକ୍ଷଣ ବାଗ୍ମୀ ଭାବେ ସମଗ୍ର ରାଜ୍ୟରେ ବେଶ୍ ପରିଚିତ ଥିଲେ ଓ ଝଙ୍କଡ଼ ମାଟିର ଜଣେ ନିର୍ବିବାଦୀୟ ଶିକ୍ଷାପୁରୁଷ ଭାବେ ଶିକ୍ଷlଜଗତର ନିଦର୍ଶନ ଥିଲେ l ମୁଖ୍ୟବକ୍ତା ବରିଷ୍ଠକବି ହେମନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଶିକ୍ଷକ ଧର୍ମାନନ୍ଦ ମଲ୍ଲିକ ଯୋଗଦାନ କରି ଝଙ୍କଡଶ୍ରୀ ପରିଜାଙ୍କ ଜୀବନବୃତ୍ତlନ୍ତ ବିଷୟରେ ଆଲୋକପାତ କରିଥିଲେ l ତିର୍ତ୍ତୋଲ ଶିକ୍ଷାଜିଲ୍ଲାର ବିଶିଷ୍ଟ ପ୍ରଧାନଶିକ୍ଷକ ତଥା ଶିକ୍ଷକନେତା,ସମାଜସେବୀ, ସଂସ୍କୃତି ସଂଗଠକ ଅକ୍ଷୟ ଦାସଙ୍କୁ ଚଳିତବର୍ଷର ଝଙ୍କଡଶ୍ରୀ କାଳିପ୍ରସନ୍ନ ପରିଜା ଶିକ୍ଷାସମ୍ମାନ ପ୍ରଦାନ କରାଯାଇଥିଲା lଆସରରେ ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଝଙ୍କଡରତ୍ନ ଗୋଲୋକ ବିହାରୀ ପଲାଇ ସ୍ୱାଗତ ଭାଷଣ ପ୍ରଦାନ କରିବାପରେ ଝଙ୍କଡକନ୍ୟା ସବିତା ନାୟକ ଓ କବୟିତ୍ରୀ ମାନସୀପ୍ରଭା ସ୍ବାଇଁଙ୍କ ସଂଯୋଜନାରେ ଚାଳିଶରୁ ଉର୍ଦ୍ଧ୍ଵ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଲେଙ୍କା, ନିତ୍ୟାନନ୍ଦ ନାୟକ,ଆଶିଷ କୁମାର ପରିଜା, ପଦ୍ମାବତୀ ମିଶ୍ର,ଅଞ୍ଜନା ମହାନ୍ତି ଶ୍ରଦ୍ଧାଞ୍ଜଳି ଦାସ, ବିକାଶ କୁମାର ପରିଜା, ଚୌଧୁରୀ ରାଧା ମୋହନ ପରିଜା,ପ୍ରଭାତ କୁମାର ପରିଜା,ରମାକାନ୍ତ ଦାସ,ବାସୁଦେବ ପଟ୍ଟନାୟକ,ଗାଳ୍ପିକ ଦୀପ୍ତି ମନ୍ତ୍ରୀ,ବିଶ୍ୱନାଥ ମହାପାତ୍ର,ନିରଞ୍ଜନ ନାୟକ ପ୍ରମୁଖ ଯୋଗଦାନ କରିଥିଲେ l ଆଦିକବି ସାରଳାଦାସ ସଂସ୍କୃତି ପରିଷଦ ସମ୍ପାଦକ ଚିତ୍ତରଞ୍ଜନ ପରିଜା ଧନ୍ୟବାଦ ପ୍ରଦାନ କରିଥିଲେ l
